Categories: ଜାତୀୟ

୯ କୋଟି ଚାଷୀଙ୍କୁ ୧୮ ହଜାର କୋଟି ବାଣ୍ଟିବେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୪।୮: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ୯ କୋଟି ଚାଷୀଙ୍କୁ ୧୮ ହଜାର କୋଟି ଟଙ୍କା ବାଣ୍ଟିବେ। ଏହି ଯୋଜନା ଅନ୍ତର୍ଗତ ପ୍ରତି ଚାଷୀଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ୨ ହଜାର ଟଙ୍କା ପଠାଯିବ। ଅଗଷ୍ଟ ୯ରେ ଚାଷୀଙ୍କ ଖାତାକୁ ଯୋଜନାର ନବମ କିସ୍ତି ଟଙ୍କା ପଠାଯିବ। ଏହି ଯୋଜନାର ଅଷ୍ଟମ କିସ୍ତିରେ ମେ’ ୧୪ରେ ଟଙ୍କା ପଠାଯାଇଥିଲା। ଯୋଜନା ଅନୁସାରେ ପ୍ରତିବର୍ଷ ଚାଷୀଙ୍କ ସଞ୍ଚୟ ଖାତାକୁ ୩ଟି କିସ୍ତରେ ମୋଟ ୬ ହଜାର ଟଙ୍କା ପଠାଯାଉଛି। ୨୦୨୦ରେ ବର୍ଷର ଶେଷ କିସ୍ତି ଡିସେମ୍ବର ୨୫ ବଡ଼ଦିନ ଅବସରରେ ପ୍ରଦାନ କରାଯାଇଥିଲା।

Share