Posted inଜାତୀୟ

ଲୋକଙ୍କ ପାଖରେ ଶତପ୍ରତିଶତ ପହଞ୍ଚିବ କେନ୍ଦ୍ର ସରକାରଙ୍କ ଯୋଜନା, ଭାରତ ସଂକଳ୍ପ ଯାତ୍ରା ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଝାଡ଼ଖଣ୍ଡର ଖୁଣ୍ଟି ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗଶିପ୍‌ ଯୋଜନାର ଶତପ୍ରତିଶତ ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ ଲଗାତାର ପ୍ରୟାସ କରି ଆସୁଛନ୍ତି। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସରକାରୀ ଯୋଜନାର ସୁଫଳ ଯେପରି ସବୁ ହିତାଧିକାରୀଙ୍କୁ ମିଳିପାରିବ ସେଥିପ୍ରତି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଆସନ୍ତାକାଲି ତୃତୀୟ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ମୋଦୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ କରିବେ। ସ୍ୱଚ୍ଛତା ସୁବିଧା, ଜରୁରି ଆର୍ଥିକ ସେବା, ବିଦ୍ୟୁତ ସଂଯୋଗ, ଏଲପିଜି ସିଲିଣ୍ଡର ଯୋଗାଣ, ଗରିବଙ୍କୁ ପକ୍କା ଆବାସ, ଖାଦ୍ୟ ସୁରକ୍ଷା, ଉପଯୁକ୍ତ ପୁଷ୍ଟିସାଧନ, ଭରସାଯୋଗ୍ୟ ସ୍ୱାସ୍ଥ୍ୟସେବା, ସ୍ୱଚ୍ଛ ପାନୀୟ ଜଳ ଆଦି ବିଭିନ୍ନ କଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ହିତାଧିକାରୀଙ୍କୁ ଏସବୁ ଯୋଜନାର ଅଧିକରୁ ଅଧିକ ଲାଭ ଯୋଗାଇ ଦେବା ନିମନ୍ତେ ଜନସମ୍ପର୍କ ସ୍ଥାପନ ଲାଗି ଯାତ୍ରାରେ ଗୁରୁତ୍ୱ ଦିଆଯିବ। ଯାତ୍ରା ଆୟୋଜନ ସମୟରେ ସଂଗ୍ରହ କରାଯାଇଥିବା ବିବରଣୀ ଆଧାରରେ ସମ୍ଭାବ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ କରାଯିବ ।

‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଖୁଣ୍ଟିରୁ ଆଇଇସି (ସୂଚନା, ଶିକ୍ଷା ଓ ଯୋଗାଯୋଗ) ବାହନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଅଧିକ ଆଦିବାସୀ ବହୁଳ ଜନସଂଖ୍ୟା ଥିବା ଜିଲ୍ଲାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ ହେବ ଏବଂ ୨୫ ଜାନୁଆରୀ ୨୦୨୪ ସୁଦ୍ଧା ଦେଶର ସବୁ ଜିଲ୍ଲାରେ ଯାତ୍ରା ପହଞ୍ଚିବ।

ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ସକାଳ ପ୍ରାୟ ସାଢ଼େ ୯ଟାରେ ପ୍ରଧାନମନ୍ତ୍ରୀ ରାଞ୍ଚିସ୍ଥିତ ଭଗବାନ ବିର୍ସା ମୁଣ୍ଡା ସ୍ମାରକୀ ଉଦ୍ୟାନ ତଥା ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କରିବେ । ଏହାପରେ ସେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗ୍ରାମରେ ପହଞ୍ଚି ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗାଁକୁ ଗସ୍ତ କରିବେ । ଏହାପରେ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଖୁଣ୍ଟିଠାରେ ତୃତୀୟ ଜନଜାତୀୟ ଗୌରବ ଦିବସ, ୨୦୨୩ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ସେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଏବଂ ‘ପିଏମ୍‌ ପିଭିଟିଜି ମିଶନର ଶୁଭାରମ୍ଭ କରିବେ । ସେ ପିଏମ-କିଷାନର ୧୫ତମ କିସ୍ତି ମଧ୍ୟ ଜାରି କରିବେ ଏବଂ ଝାଡ଼ଖଣ୍ଡରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ତଥା ଶିଳାନ୍ୟାସ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୩ ପ୍ରସଙ୍ଗ ହରିୟାଣାରେ କଲା ଓଲଟପାଲଟ, ଏମିତି ହୋଇଥିଲେ…

ନୂଆଦିଲ୍ଲୀ,୫।୧୦: ହରିୟାଣା ବିଧାନସଭା ନିର୍ବାଚନର ମତଦାନ ଶେଷ ହୋଇଛି। ଏଥିସହ ରାଜ୍ୟର ଏକଜିଟ ପୋଲ ମଧ୍ୟ ପ୍ରକାଶ ପାଇଛି। ତେବେ ଏଥରର ଏକଜିଟ୍‌ ପୋଲ୍‌ ସମସ୍ତଙ୍କୁ...

ହରିୟାଣାରେ କାହାର ସରକାର? ସଟ୍ଟା ବଜାର ଦେଲା ବଡ଼ ସିଗନାଲ…

ନୂଆଦିଲ୍ଲୀ,୫।୧୦: ଆସିଛି ଭୋଟ ବାହୁଡା ମତ। ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଭୋଟିଂ ସରିବା ପରେ ପ୍ରକାଶ ପାଇଛି ଏକଜିଟ୍‌ ପୋଲ୍‌। ହରିୟାଣାରେ ଗୋଟିଏ...

ପଶ୍ଚିମବଙ୍ଗରେ ପୁଣି ତେଜିଲା ହିଂସା: ୯ବର୍ଷର ଝିଅକୁ ଅତି ନୃଶଂସ ଭାବରେ ବଳାତ୍କାର କରି ହତ୍ୟା, ପୋଲିସ ଆଉଟପୋଷ୍ଟ ଜାଳିଦେଲେ…

କୋଲକାତା,୫ା୧୦: ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲା ଜୟନଗର ଅଞ୍ଚଳର ଏକ ସନ୍ତସନ୍ତିଆ ସ୍ଥାନରୁ ଶନିବାର ସକାଳେ ଜଣେ ୧୦ ବର୍ଷୀୟା ବାଳିକାଙ୍କ ମୃତଦେହ ମିଳିବା ପରେ...

ଏକଜିଟ ପୋଲ ଦେଖି ଢଳିଲେ କି ମେହେବୁବା ମୁଫତି, କହିଲେ ଦେବୁ ସମର୍ଥନ…

ନୂଆଦିଲ୍ଲୀ,୫।୧୦:ପ୍ରାୟ ୧୦ବର୍ଷ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଛି। ଏଠାରେ ୯୦ଟି ବିଧାନସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛି।...

ଜମ୍ମୁ-କଶ୍ମୀରରେ ପଲଟିଲା ବାଜି, ଏଥର ଚମକାଇଦେଲା ଏକଜିଟ ପୋଲ୍‌

ନୂଆଦିଲ୍ଲୀ,୫।୧୦:ପ୍ରାୟ ୧୦ବର୍ଷ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଛି। ଏଠାରେ ୯୦ଟି ବିଧାନସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛି।...

ହରିୟାଣା ଏକଜିଟ୍‌ ପୋଲ୍‌: ଭାଜପାକୁ ଜବରଦସ୍ତ ଝଟ୍‌କା, ସରକାର ଗଢିବାକୁ ଯାଉଛି…

ନୂଆଦିଲ୍ଲୀ,୫।୧୦: ଆସିଛି ଭୋଟ ବାହୁଡା ମତ। ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଭୋଟିଂ ସରିବା ପରେ ପ୍ରକାଶ ପାଇଛି ଏକଜିଟ୍‌ ପୋଲ୍‌। ହରିୟାଣା ବିଧାନସଭାର...

ହରିୟାଣା ଭୋଟିଂ ଭିତରେ ବଡ଼ ଖବର, କଂଗ୍ରେସ ରାଲିରେ ମହିଳା ନେତାଙ୍କ ସହ ଅସଦାଚରଣ, ଭାଇରାଲ ହେଲା ଭିଡିଓ

ଗଣ୍ଡିଗଡ,୫।୧୦: ହରିୟାଣା ନିର୍ବାଚନ ଭିତରେ ଘଟିଛି ବଡ଼ ଅଘଟଣ। ଷ୍ଟେଜ ଉପରେ ମହିଳା ଦଳୀୟ କର୍ମୀ ହୋଇଛନ୍ତି ଅସଦାଚରଣର ଶିକାର। ଏପରି ଘଟଣା ଦେଖିବାକୁ ମିଳିଛି...

ହରିୟାଣା ଏକଜିଟ ପୋଲ୍‌ ପୂର୍ବରୁ ପଲଟିଗଲା ବାଜି! ଏଥର ଭାଜପା…

ନୂଆଦିଲ୍ଲୀ,୫।୧୦: ଆଜି ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ ଏକଜିଟ ପୋଲ ଫଳାଫଳ ଆସିବାକୁ ଯାଉଛି। ହରିୟାଣାରେ ଭୋଟ ସଂଧ୍ୟା ୫ଟାରେ ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri