୮ ଦେଶର ନେତାଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ…

ବାଲି,୧୬।୧୧ : ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀର ବୁଧବାର ଦ୍ୱିତୀୟ ଦିନ। ଏଠାରେ ବିଭିନ୍ନ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ପ୍ରଧାନମନ୍ତ୍ରୀ ମୋଦି ନରେନ୍ଦ୍ର ଆଠଟି ଦେଶର ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ।

ଏଥି ମଧ୍ୟରେ ଫ୍ରାନ୍ସ, ସ୍ପେନ, ଇଣ୍ଡୋନେସିଆ, ସିଙ୍ଗାପୁର, ଜର୍ମାନୀ, ଇଟାଲୀ, ଅଷ୍ଟ୍ରେଲିଆ ଏବଂ ବ୍ରିଟେନର ରାଜ୍ୟ ମୁଖ୍ୟଙ୍କ ନାମ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ।

Share