Categories: ଜାତୀୟ

୧୨ କୋଟିର ମର୍ସିଡିଜ୍‌ରେ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ …

ନୂଆଦିଲ୍ଲୀ, ୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ପ୍ରଧାନମନ୍ତ୍ରୀ ୧୨ କୋଟିର ମର୍ସିଡିଜ୍‌ ମେବେକ୍‌ ଏସ୍‌-୬୫୦ରେ ଯାତ୍ରା କରିବେ। ଏହାର ସୁରକ୍ଷା ବ୍ୟବସ୍ଥା ଅତି ଶକ୍ତିଶାଳୀ। ବିସ୍ଫୋରଣରେ ମଧ୍ୟ ଏହାର କୌଣସି କ୍ଷତି ହେବ ନାହିଁ ବୋଲି କୁହାଯାଉଛିି।

ଏହାକୁ ପ୍ରଥମ ଥର ପାଇଁ ହାଇଦ୍ରାବାଦ୍‌ ହାଉସ୍‌ରେ ଦେଖିବାକୁ ମିଳିଥିଲା। ସେ ଏଥିରେ ବସି ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କୁ ସାକ୍ଷାତ କରିଥିଲେ।

କାରରେ ସିଟ ମସାଜର୍‌ ସହିତ ଏକ ବିଳାସପୂର୍ଣ୍ଣ ଆଭ୍ୟନ୍ତରୀଣ ରହିଛି। ଏହାର ଲେଗରୁମ ମଧ୍ୟ ବୃଦ୍ଧି କରାଯାଇପାରିବ। ପଛ ସିଟ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଥିରେ ଭିଆର୍‌-୧୦ ସ୍ତରୀୟ ସୁରକ୍ଷା ରହିଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ଏସପିଜି ଉପରେ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗାଡ଼ିର ଅପଗ୍ରେଡ୍‌ ଏସ୍‌ପିଜି ଦ୍ୱାରା ସମ୍ପନ୍ନ ହୋଇଥାଏ।

ଏହି କାର ସର୍ବାଧିକ ୧୬୦ କିଲୋମିଟର ବେଗରେ ଗତି କରି ପାରିବ। କୌଣସି ବିସ୍ଫୋରଣ ସମୟରେ ଏହି କାର ଉପରେ ପ୍ରଭାବ ପଡ଼ିବ ନାହିଁ। ଏପରିକି କାରରେ ବସିଥିବା ବ୍ୟକ୍ତି ୧୫ କିଲୋଗ୍ରାମ ପର୍ଯ୍ୟନ୍ତ ଟିଏନ୍‌ଟି ବିସ୍ଫୋରଣରୁ ୨ ମିଟର ଦୂରରେ ଥିଲେ ମଧ୍ୟ ସୁରକ୍ଷିତ ରହିପାରିବେ।

Share