Categories: ଜାତୀୟ

ଖାର୍ଗେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧ା୭:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ୮୧ ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ମୋଦି ଟୁଇଟ୍‌ କରି କହିଛନ୍ତି, ‘ଶ୍ରୀ ମଲ୍ଲିକାର୍ଜୁନ ଖାର୍ଗେ ଜୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା। ତାଙ୍କର ଦୀର୍ଘ ଓ ସୁସ୍ଥ ନିରାମୟ ଜୀବନ କାମନା କରୁଛି। ତାହା ସେ ପ୍ରାପ୍ତ ହୁଅନ୍ତୁ।

ଏହି ଶୁଭେଚ୍ଛା ପାଇଁ କଂଗ୍ରେସ ନେତା ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Share