ଜେସିବି ଲଗାଇ ପ୍ରଧାନମନ୍ତ୍ରୀ ଆବାସ ଘର ଭାଙ୍ଗିବା ଘଟଣା: ଜେଲ ଗଲେ ସରପଞ୍ଚ, ତାଙ୍କ ସ୍ବାମୀ

ଲୋଇସିଂହା,୧୬।୮(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟା ଗ୍ରାମର କେତେକ ଆଦିବାସୀ ଓ ହରିଜନ ସମ୍ପ୍ରଦାୟର ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଘରକୁ ସ୍ଥାନୀୟ ସରପଞ୍ଚ ଓ କେତେକ ମୁଷ୍ଟିମେୟ ବ୍ୟକ୍ତି ଜେସିବି ମେଶିନ ଲଗାଇ ଭାଙ୍ଗି ଦେଇଥିଲେ ।ଏହି ଘଟଣାର ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ସରପଞ୍ଚ ହେମକାନ୍ତି ମୁଣ୍ଡା ଓ ତାଙ୍କ ସ୍ବାମୀ ମୋହନ ମୁଣ୍ଡାଙ୍କୁ ସୁବର୍ଣ୍ଣପୁର ଜିଲା ଲୁତୁରପଙ୍କରୁ ଶନିବାର ଗିରଫ କରିଛି ଲୋଇସିଂହା ପୋଲିସ। କୋଭିଡ ପରୀକ୍ଷା ପରେ ଦମ୍ପତିକୁ ବଲାଙ୍ଗୀର ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନମିଳିବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Share