Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ମା’ ନେଲେ କରୋନା ଡୋଜ୍‌

ନୂଆଦିଲ୍ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରା ବେନ୍‌ ମୋଦି ଗୁରୁବାର କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମା’ କରୋନା ଟିକା ନେଇଥିବାରୁ ମୁଁ ବେଶ୍‌ ଖୁସି। ଏହା ସହିତ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କରୋନା ଟିକା ନେବା ପାଇଁ ଅପିଲ୍‌ କରିଛନ୍ତି। ସୂଚନାଯୋଗ୍ୟ, ହୀରା ବେନ୍‌ଙ୍କୁ ୧୦୦ ବର୍ଷ ପାଖାପାଖି ବୟସ ହେବ। ମାତ୍ର ସେ ସମ୍ପୂର୍ଣ୍ଣ ସୁସ୍ଥ ରହିବା ସହିତ ବିଭିନ୍ନ କାମ ସହଜରେ କରି ପାରୁଛନ୍ତି।

Share