Categories: ଜାତୀୟ

୩୨ ପିଲାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର

ନୂଆଦିଲ୍ଲୀ, ୨୫।୧(ପି.ଟି.): ଶିକ୍ଷା, କ୍ରୀଡା, କଳା, ସଂସ୍କୃତି, ସାମାଜିକ ସେବା ଓ ସାହସିକତା ଆଦି ବିଭିନ୍ନ କ୍ଷେତ୍ରରେ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥିବା ୩୨ ଜଣ ପିଲାଙ୍କୁ ଚଳିତ ବର୍ଷର ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର’ ପ୍ରଦାନ କରାଯାଇଛି। ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୨ ଜିଲାରୁ ଏହି ପିଲାମାନଙ୍କୁ ଚୟନ କରାଯାଇଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କଳା ଓ ସଂସ୍କୃତି କ୍ଷେତ୍ରରେ ୭ ଜଣଙ୍କୁ ପୁରସ୍କୃତ କରାଯାଇଥିବାବେଲେ ନବୋନ୍ମେଷ ପାଇଁ ୯ ଜଣ, ଶୈକ୍ଷିକ ସଫଳତା ପାଇଁ ୫, କ୍ରୀଡ଼ା ବର୍ଗରେ ୭, ସାହସିକତା ପାଇଁ ୩ ଓ ସାମାଜିକ ସେବା ପାଇଁ ଜଣେ ପୁରସ୍କୃତ ହୋଇଛନ୍ତି। ଏହି ପୁରସ୍କାର କୋଟି କୋଟି ଅନ୍ୟ ପିଲାଙ୍କୁ ସେମାନଙ୍କ ସ୍ବପ୍ନ ସାକାର କରିବା ଲାଗି ଅନୁପ୍ରାଣିତ କରିବ ବୋଲି ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି।

Share