Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ଅନ୍ଧାରୀ ବିଜେ…

ବାରାଣସୀ,୧୪।୧୨: ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ରାତି ଗୋଟାଏରେ ବନାରସ ରେଲଓ୍ବେ ଷ୍ଟେଶନରେ ପହଞ୍ଚିଛନ୍ତି। ତାଙ୍କ ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଥିଲେ। ପ୍ରଧାନମନ୍ତ୍ରୀ ଟୁଇଟରରେ ବନାରସ ଷ୍ଟେସନର କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି, ପରବର୍ତ୍ତୀ ଷ୍ଟପ … ବନାରସ ଷ୍ଟେସନ। ରେଳ ନେଟୱାର୍କର ସମ୍ପ୍ରସାରଣ ସହିତ ସ୍ବଚ୍ଛ, ଆଧୁନିକ ଏବଂ ଯାତ୍ରୀ ଅନୁକୂଳ ରେଳ ଷ୍ଟେସନ ନିଶ୍ଚିତ କରିବାକୁ ଆମେ କାର୍ଯ୍ୟ ଜାରି ରଖିଛୁ। କିଛି ସୁରକ୍ଷାକର୍ମୀଙ୍କ ସହିତ ପ୍ରଧାନମନ୍ତ୍ରୀ ଅନ୍ଧାରୀ ବିଜେ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମନ୍ଦିର କମ୍ପ୍ଲେକ୍ସରେ ନିର୍ମାଣ କାର୍ଯ୍ୟ ଦେଖିବା ସହିତ ଆସି ଘାଟ ଏବଂ ସନ୍ଥ ରବିଦାସ ଘାଟରେ ପହଞ୍ଚିଥିଲେ। ସେଠାରେ ସେ ସନ୍ଥ ରବିଦାସଙ୍କୁ ପ୍ରଣାମ କରିଥିଲେ। କାଶୀରେ ବିକାଶ କାର୍ଯ୍ୟର ତଦାରଖ କରିବା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ପବିତ୍ର ସହର ପାଇଁ ସର୍ବୋତ୍ତମ ସମ୍ଭାବ୍ୟ ଭିତ୍ତିଭୂମି ସୃଷ୍ଟି କରିବା ଆମର ପ୍ରୟାସ। ଏବେ ପ୍ରଧାନମନ୍ତ୍ରୀଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share