Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ବର୍ଷରେ ବଢ଼ିଛି ୨୨ ଲକ୍ଷ…

ନୂଆଦିଲ୍ଲୀ,୨୫।୯: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନିଜର ବାର୍ଷିକ ଆୟ, ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ଜମା ହୋଇଛି ଏନେଇ ତଥ୍ୟ ସାର୍ବଜନୀନ କରିଛନ୍ତି। ସରକାରୀ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୩.୦୭ କୋଟି ଟଙ୍କା ରହିଛି।

ଏହା ପୂର୍ବ ବର୍ଷ ୨.୮୫ କୋଟି ଟଙ୍କା ଥିଲା। ଅର୍ଥାତ୍‌ ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କର ମୋଟ ସମ୍ପତ୍ତି ୨୨ ଲକ୍ଷ ଟଙ୍କା ବୃଦ୍ଧି ପାଇଛି। ଅପରପକ୍ଷରେ, ପ୍ରଧାନମନ୍ତ୍ରୀଙ୍କ ଷ୍ଟକ ମାର୍କେଟରେ ପୁଞ୍ଜି ବିନିଯୋଗ ନାହିଁ ଏବଂ ଜାତୀୟ ସଞ୍ଚୟ ପ୍ରମାଣପତ୍ରରେ ତାଙ୍କର ବିନିଯୋଗ ୮.୯ ଲକ୍ଷ ଟଙ୍କା ହୋଇଥିବାବେଳେ ଜୀବନ ବୀମା ପଲିସିର ମୂଲ୍ୟ ୧.୫ ଲକ୍ଷ ଟଙ୍କା ରହିଛି। ସେହିପରି ଏଲ୍‌ ଆଣ୍ଡ ଟି ଭିତ୍ତିଭୂମି ବଣ୍ଡର ମୂଲ୍ୟ ହେଉଛି ୨୦ ହଜାର ଟଙ୍କା। ସେ ଏହାକୁ ୨୦୧୨ରେ କିଣିଥିଲେ।

ଧନ ବୃଦ୍ଧି ମୁଖ୍ୟତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଗାନ୍ଧିନଗର ଶାଖାରେ ତାଙ୍କର ଫିକ୍ସଡ୍‌ ଜମା ରହିଛି। ପ୍ରଧାନମନ୍ତ୍ରୀଙ୍କ ଘୋଷଣାନାମା ଅନୁଯାୟୀ, ୨୦୨୧ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଫିକ୍ସଡ୍‌ ହୋଇଥିବା ଜମା ରାଶି ୧.୮୬ କୋଟି ଟଙ୍କା ଥିଲା, ଯାହା ଗତ ବର୍ଷ ୧.୬୦ କୋଟି ଟଙ୍କା ଥିଲା। ପ୍ରଧାନମନ୍ତ୍ରୀଙ୍କ ଙ୍କର କୌଣସି ଗାଡି ନାହିଁ। ତାଙ୍କ ପାଖରେ ୧.୪୮ ଲକ୍ଷ ଟଙ୍କା ମୂଲ୍ୟର ଚାରୋଟି ସୁନା ରିଙ୍ଗ ଅଛି। ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ତାଙ୍କ ବ୍ୟାଙ୍କ ବାଲାନ୍ସ ହେଉଛି ୧.୫ ଲକ୍ଷ ଟଙ୍କା ଏବଂ ପାଖରେ ନଗଦ ୩୬,୦୦୦ ଟଙ୍କା ରହିଛି।

୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ସେ କୌଣସି ସମ୍ପତ୍ତି କିଣି ନାହାଁନ୍ତି। ୨୦୦୨ରେ କିଣାଯାଇଥିବା ତାଙ୍କର ଏକମାତ୍ର ଆବାସିକ ସମ୍ପତ୍ତିର ମୂଲ୍ୟ ୧.୧ କୋଟି ଟଙ୍କା। ମୋଟ ୧୪,୧୨୫ ବର୍ଗଫୁଟ ସମ୍ପତ୍ତି ମଧ୍ୟରୁ ପ୍ରଧାନମନ୍ତ୍ରୀଙ୍କ ଭାବରେ ୩,୫୩୧ ବର୍ଗଫୁଟରୁ ଅଧିକ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଉଛି।

Share