ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌, ଆସନ୍ତାକାଲି…

ଭୁବନେଶ୍ୱର,୧୬ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍‌ ୧୭ ତାରିଖରେ ଓଡ଼ିଶା ଆସିବେ। ଏହି ଗସ୍ତ ନେଇ ବଡ଼ ଅପଡେଟ୍‌ ଆସିଛି। ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବାଠାରୁ ଆରମ୍ଭ କରି ପୁଣି ଦିଲ୍ଲୀ ଫେରିଯିବା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ।

ସେଠାରୁ ସିଧା ଗାଡ଼କଣ ବସ୍ତି ଅଭିମୁଖେ ବାହାରିବେ। ୧୧ଟା ୧୦ରେ ଗାଡ଼କଣ ବସ୍ତିରେ ପ୍ରଧାନମନ୍ତ୍ରୀ ପହଞ୍ଚିବେ। ପରେ ୧୧.୧୫ରୁ ୧୧ଟା ୪୫ ପର୍ଯ୍ୟନ୍ତ ଆବାସ ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରିବେ। ୧୧ଟା ୪୫ରୁ ଗାଡ଼କର ଛାଡ଼ି ୧୧ଟା ୫୫ରେ ଜନତା ମଇଦାନରେ ପହଞ୍ଚିବେ। ସେଠାରେ ଜନତା ଅପରାହ୍ନ ୧ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ।

ଏଥିସହିତ ବିଭିନ୍ନ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ, ଲୋକାର୍ପଣ କରିବେ। ଜନତା ମଇଦାନରେ କାର୍ଯ୍ୟକ୍ରମ ସାରି ପ୍ରଧାନମନ୍ତ୍ରୀ ୧.୨୦ରେ ଦିଲ୍ଲୀ ଫେରିଯିବାର ସୂଚନା ରହିଛି।

ସୁଭଦ୍ରା ଶୁଭାରମ୍ଭ ପାଇଁ ୧୭ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ଆସିବେ। ତାଙ୍କ ଗସ୍ତ ପାଇଁ ଟ୍ରାଫିକ କଟକଣା କରାଯାଇଛି। ମଙ୍ଗଳବାର ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏ ଏହି କଟକଣା ରହିବ। କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ ନିର୍ଦ୍ଦେଶନାମା ଜାରି ହୋଇଛି। ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ କଟକଣା ହେବ। ଏହା ସହ ନନ୍ଦନକାନନ-ଜୟଦେବ ବିହାର ଯିବା ପାଇଁ ଡମଣା ଛକରୁ ବାମକୁ ଯିବାକୁ ପଡ଼ିବ। ଆଚାର୍ଯ୍ୟ ବିହାର-ସୈନିକ ସ୍କୁଲ ଦେଇ ନନ୍ଦନକାନନ ଆଡ଼କୁ ମଧ୍ୟ ଯାଇପାରିବେ।ଜରୁରିକାଳୀନ ସେବା ଫାୟାର, ଆମ୍ବୁଲାନ୍ସ ପାଇଁ କଟକଣା ନାହିଁ।

ପ୍ରଧାନମନ୍ତ୍ରୀ  ଭୁବନେଶ୍ୱରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏଥିପାଇଁ ବିପୁଳ ଜନ ସମାଗମ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜ ଉକ୍ତଦିନ ସମ୍ପୂର୍ଣ୍ଣ ଛୁଟି ହେବା ସହିତ ସରକାରୀ କାର୍ଯ୍ୟାଳୟଗୁଡିକ ପ୍ରଥମାର୍ଦ୍ଧ ଛୁଟି ରହିଛି।

Share