କିଙ୍ଗ ଚାର୍ଲସ ତୃତୀୟଙ୍କ କରୋନେଶନ କନସର୍ଟରେ ସାମିଲ ହେବେ ନାହିଁ ପ୍ରିନ୍ସ ହ୍ୟାରୀ

ଲଣ୍ଡନ,୭।୫: ବ୍ରିଟେନର ରାଜା କିଙ୍ଗସ ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ ଶେଷ ହୋଇଛି। ତାଙ୍କ ରାଜ୍ୟାଭିଷେକ ସମାରୋହରେ ପ୍ରାୟ ୨,୨୦୦ ଅତିଥି ସାମିଲ ହୋଇଥିଲେ। ହେଲେ ଏହି ଆୟୋଜନର ସବୁଠାରୁ ବଡ ଆକର୍ଷଣ ଥିଲେ ରାଜକୁମାର ହ୍ୟାରୀ। ସମସ୍ତଙ୍କ ନଜର ତାଙ୍କ ଉପରେ ଥିଲା, ଯଦିଓ ସେ ଖୁସି ଜଣାପଡୁଥିଲେ, ହେଲେ ୭ ମେ’ରେ ହେବାକୁ ଥିବା କୋରୋନେଶନ କନସର୍ଟରେ ସେ ସାମିଲ ହେବେ ନାହିଁ ବୋଲି ଜଣାପଡିଛି।
ପିପଲ ମାଗାଜିନ ଅନୁଯାୟୀ, ସସେକ୍ସର ଡ୍ୟୁକ ହ୍ୟାରୀ ତାଙ୍କ ପିତା କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକ ହେବା ପରେ ତୁରନ୍ତ ଲଣ୍ଡନରୁ ଚାଲିଯାଇଥିଲେ। ହ୍ୟାରିଙ୍କ ପୁଅ ପ୍ରିନ୍ସ ଆର୍ଚାଙ୍କ ଚତୁର୍ଥ ଜନ୍ମଦିନ ବି ଶନିବାର ଥିଲା। ପ୍ରିନ୍ସ ଆର୍ଚା ତାଙ୍କ ମାଆ ମେଘନ ମାର୍କେଲଙ୍କ ସହ ଜନ୍ମଦିନ ପାଳନ କରିଥିବା ବେଳେ, ସେହିଦିନ ହିଁ ହ୍ୟାରି ତାଙ୍କ ପିତାଙ୍କ ରାଜ୍ୟାଭିଷେକରେ ସାମିଲ ହେବାକୁ ଚାଲି ଆସିଥିଲେ।

Share