ଲଣ୍ଡନ, ୧୪।୧୧: ବ୍ରିଟେନ୍ ଯୁବରାଜ ଓ୍ବିଲିୟମ(୪୨)ଙ୍କୁ ଚଳିତ ବର୍ଷର ସବୁଠୁ ଆକର୍ଷଣୀୟ ଚନ୍ଦା ପୁରୁଷ ଭାବେ ନାମିତ କରାଯାଇଛି। ସର୍ଚ୍ଚ ମାର୍କେଟିଂ ଏଜେନ୍ସି ‘ରିବୁଟ’ ପକ୍ଷରୁ ବୁଧବାର ଏହି ଘୋଷଣା କରାଯାଇଛି। ଲଗାତର ଦ୍ୱିତୀୟ ବର୍ଷ ପାଇଁ ପ୍ରିନ୍ସ ଓ୍ବିଲିୟମ ଏହି ଟାଇଟଲକୁ ବଜାୟ ରଖିଛନ୍ତି। ସେହିପରି କ୍ରମାଗତ ତୃତୀୟ ବର୍ଷ ପାଇଁ ବୈଜ୍ଞାନିକ ପଦ୍ଧତିରେ ଅଧ୍ୟୟନ କରାଯାଇ ଏହି ଟାଇଟଲର ବିଜେତା ଘୋଷଣା କରାଯାଇଥିବା ନେଇ ‘ରିବୁଟ’ର ଓ୍ବେବସାଇଟ୍ରେ ସୂଚନା ଦିଆଯାଇଛି। ଏହି ଅଧ୍ୟୟନ ଅନୁଯାୟୀ, ୧୦ରୁ ୯.୮୬ ସ୍କୋର ସହ ପ୍ରିନ୍ସ ଅଫ୍ ଓ୍ବାଲ୍ସ ଓ୍ବିଲିୟମ୍ ସବୁଠୁ ଆକର୍ଷଣୀୟ ଚନ୍ଦା ପୁରୁଷମାନଙ୍କ ତାଲିକାର ଶୀର୍ଷରେ ରହିଛନ୍ତି।
ଆମେରିକୀୟ ଅଭିନେତା ତଥା ପ୍ରଫେସ୍ନାଲ ରେସ୍ଲର ଡଓ୍ବେନ ଜନ୍ସନ୍ ଓ ଆମେରିକୀୟ ବାସ୍କେଟବଲ ଖେଳାଳି ସକିଲ ଓ’ନିଲ ଯଥାକ୍ରମେ ୮.୮୮ ଓ ୮.୮୪ ସ୍କୋର ସହ ଉକ୍ତ ତାଲିକାର ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି।