ବର୍ଗର ପରସିଦେଲେ ପ୍ରିନ୍ସ ଓ୍ବିଲିୟମ୍ସ

ଲଣ୍ଡନ,୩୧।୭: ବ୍ରିଟେନର କେତେଜଣ ବ୍ୟକ୍ତିଙ୍କ ପାଇଁ ଗତ ରବିବାର ଏକ ସ୍ବତନ୍ତ୍ର ଦିନ ଥିଲା। ଘଟଣା ହେଲା ପ୍ରିନ୍ସ ଓ୍ବିଲିୟମ୍ସ ଲଣ୍ଡନରେ ଏକ ଫୁଡ ଟ୍ରକରେ ପରିବେଶ ଅନୁକୂଳ ବର୍ଗର ଲୋକଙ୍କୁ ପରସି ଦେଇ ସେମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛନ୍ତି। ସୂଚନାଯୋଗ୍ୟ, ପ୍ରିନ୍ସ ଅଫ ଓ୍ବେଲ୍ସ ତାଙ୍କ ବାର୍ଷିକ ଅର୍ଥସଟ ପୁରସ୍କାର ବିଜେତାମାନଙ୍କ କାର୍ଯ୍ୟକୁ ଲୋକ ଲୋଚନକୁ ଆଣିବା ପାଇଁ ‘ଅର୍ଥସଟ ବର୍ଗର’ ଜନସାଧାରଣଙ୍କୁ ପରସି ଦେଇଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ଏହି ପୁରସ୍କାର ପାଞ୍ଚ ଜଣଙ୍କୁ ପ୍ରଦାନ କରାଯାଇଛି ଯେଉଁମାନେ ପରିବେଶ ସୁରକ୍ଷାରେ ଅବଦାନ ଦେଇଛନ୍ତି।
ଏହାର ଭିଡିଓ ୟୁଟ୍ୟୁବ ଚ୍ୟାନେଲ ସର୍ଟେଡ ଫୁଡରେ ସେୟାର କରାଯାଇଛି। ଏହି ଚ୍ୟାନେଲରେ ଇକୋ-ଫ୍ରେଣ୍ଡଲି ରୋଷେଇ ଉପକରଣ ଏବଂ ଖାଦ୍ୟ ରେସିପି ପ୍ରଦର୍ଶିତ କରାଯାଇଥାଏ। ପ୍ରିନ୍ସ ୱିଲିୟମ ସର୍ଟେଡ ଫୁଡ ଷ୍ଟୁଡିଓରେ ବୁଲିବା ଏବଂ ଗତ ବର୍ଷର ଆର୍ଥସଟ ପୁରସ୍କାର ବିଜେତାମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କିଛି ଆଇଟମ ଜଣେ ବ୍ୟକ୍ତିଙ୍କୁ ଧରାଉଥିବା କ୍ଲିପ ସହିତ ଏହି ଭିଡିଓ ଆରମ୍ଭ ହୋଇଛି। ଏହା ପରେ, ଏଥିରୁ ଏକ ବର୍ଗର ପ୍ରସ୍ତୁତ ହୁଏ ଏବଂ ପ୍ରିନ୍ସ ଏହାକୁ ନେଇ ଜନତାଙ୍‌କ ନିକଟକୁ ଯାଉଛନ୍ତି।

Share