ଏକ୍ସପାଏରି ଔଷଧ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ପ୍ରଧାନ, ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

ପାରାଦୀପ,୨୪।୭(ଶରତ ରାଉତ): ପାରାଦୀପ ପୌରାଞ୍ଚଳର ଅଠରବାଙ୍କୀ ପାରାଦୀପ ପୌରାଞ୍ଚଳର ଅଠରବାଙ୍କୀ ଲକ୍‌ପଡା ସରକାରୀ ବିଦ୍ୟାଳୟରେ ଏକ୍ସପାଏରି ଔଷଧ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ହେବା ଘଟଣାରେ ମଙ୍ଗଳବାର ବିଭାଗ ପକ୍ଷରୁ ଯାଞ୍ଚ ପରେ ୨ ଜଣ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ସାମଲ, ସହକାରୀ ଶିକ୍ଷୟିତ୍ରୀ ଦିପ୍ତୀକୁମାରୀ ସ୍ବାଇଁ। ଏନେଇ କୁଜଙ୍ଗ ମଣ୍ଡଳ ଶିକ୍ଷାଧିକାରୀ(ବିଇଓ) ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି। ଯାଞ୍ଚ ବେଳେ ବିଦ୍ୟାଳୟ ମଧ୍ୟରୁ ଏକ୍ସପାଏରି ହୋଇଥିବା ହଜାରରୁ ଅଧିକ ଟାବ୍‌ଲେଟ୍‌ ଷ୍ଟ୍ରିପ ଶିକ୍ଷା ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜବତ କରାଯାଇଛି। ଏତେ ମାତ୍ରାରେ ପୁରୁଣା ଔଷଧ କିପରି ଷ୍ଟକ ରହିଛି ସେନେଇ ଦିନ ତମାମ ଖୋଳତାଡ କରାଯାଇଥିଲା। ଉକ୍ତ ଘଟଣାର ସବିଶେଷ ରିପୋର୍ଟ ଉପରିସ୍ଥ ଅଧିକାରୀମାନଙ୍କୁ ପଠାଯିବ ବୋଲି ଯାଞ୍ଚ ଅଧିକାରୀମାନେ କହିଛନ୍ତି। ପ୍ରାଥମିକ ରିପୋର୍ଟ ଆଧାରରେ ୨ଜଣ ଶିକ୍ଷୟିତ୍ରୀଙ୍କକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଇଓ ମନୋଜ କୁମାର ବେହେରା କହିଛନ୍ତି। ସେହିପରି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ଏଡିପିଏଚଓ)ଡାକ୍ତର ପ୍ରମୋଦ କୁମାର ବାରିକ କହିଛନ୍ତି,ଏହା ଉପରେ ମୂଳରୁ ଚୂଳ ଯାଏ ତଦନ୍ତ କରାଯିବ। ସେହି ଆଧାରରେ ପଦକ୍ଷେପ ନିଆଯିବ। ମଙ୍ଗଳବାର ଦିନ ତମାମ ଦୁଇ ବିଭାଗର ଅଧିକାରୀମାନେ ଯାଞ୍ଚ କରିଥିଲେ। ତେଣୁ ପାଠପଢ଼ା ବନ୍ଦ ରହିଥିଲା। ଅଧିକାରୀମାନେ ପ୍ରଥମେ ଔଷଧ ଖାଇଥିବା ୮୭ ଜଣ ପିଲାଙ୍କ ଘରକୁ ଯାଇ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ସମସ୍ତ ପିଲାଙ୍କ ଅବସ୍ଥା ଭଲ ଥିବା ଡାକ୍ତରୀ ଟିମ୍‌ କହିଛି। ପରେ ସ୍ଥାନୀୟ ଅଭିଭାବକମାନଙ୍କ ଉପସ୍ଥିତିରେ ବିଦ୍ୟାଳୟ ଖୋଲା ଯାଇଥିଲା। ଆଲମାରୀ ଖୋଲିବା ପରେ ସେଥିରେ ଏକ୍ସପାଏରି ଔଷଧ ଥିବା ଟିମ୍‌ ଦେଖିଥିଲେ। ଏନେଇ ଶିକ୍ଷୟିତ୍ରୀମାନଙ୍କ ବୟାନ ରେକର୍ଡ କରାଯାଇଥିଲା। ଏ ସମ୍ପର୍କରେ ବିଇଓ ବେହେରା କୁହନ୍ତି, ଜୁନରେ ଔଷଧ ଷ୍ଟକ ନ ଥିଲା। ଜୁନ ୨ ରେ ଔଷଧ ଯୋଗାଣ କରାଯାଇଥିଲା ବୋଲି ଖାତାରେ ଉଲ୍ଲେଖ ଅଛି। କିନ୍ତୁ ୨ରୁ୩ ବର୍ଷ ତଳର ଔଷଧ ଆଲମାରୀ ଭିତରେ ଅଛି। ଦୁଇ ସପ୍ତାହ ପିଲାଙ୍କୁ ଔଷଧ ଦିଆଯାଇନାହିଁ। ଗତ ସୋମବାର ଔଷଧ ଦେଇଥିଲେ। ଦେବା ପୂର୍ବରୁ ଶିକ୍ଷୟିତ୍ରୀମାନେ ଆଗେ ତାରିଖ ଯାଞ୍ଚ କରି ନିଜେ ଖାଇବା ପରେ ପିଲାଙ୍କୁ ଦେବା କଥା। କିନ୍ତୁ ତାହା କରାଯାଇନାହିଁ। ସମସ୍ତ ଘଟଣା ଉପରେ ବିଭାଗ ପକ୍ଷରୁ କଠୋର ପଦକ୍ଷେପ ନିଆଯିବ ବୋଲି ବିଇଓ ବେହେରା କହିଛନ୍ତି। ଏଡିପିଏଚ୍‌ଓ ଡାକ୍ତର ବାରିକ କୁହନ୍ତି, ପାରାଦୀପର ସବୁ ବିଦ୍ୟାଳୟ ପାଇଁ ଚଳିତ ମାସ ଗତ୧୬ରେ ଔଷଧ ଯୋଗାଇ ଦିଆଯାଇଛି। ଏ ସମ୍ପର୍କରେ ନିଲମ୍ବିତ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା କୁହନ୍ତି, ୨୪।୬।୨୦୨୪ରେ ଔଷଧ ରିସିଭ କରିଛୁ। ସିଆର୍‌ସିସି ସୁକାନ୍ତ ସ୍ବାଇଁ କୁହନ୍ତି,ମାସେ ତଳେ ଔଷଧ ଦିଆଯାଇଛି। ଏମିତି କାହା କଥା ମଧ୍ୟରେ ତାଳମେଳ ନ ଥିଲା। ସେହିପରି ଛାତ୍ରୀଛାତ୍ରଙ୍କ ଉପସ୍ଥାନ ପ୍ରସଙ୍ଗରେ ସୋମବାର ୧୧୫ ଥିବା କୁହାଯାଇଥିଲା। ମଙ୍ଗଳବାର ଯାଞ୍ଚ ବେଳେ ରେକର୍ଡରେ ୯୮ଜଣ ଛାତ୍ରୀଛାତ୍ରଙ୍କ ନାମ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri