କଲେଜ ପରିସରରେ ଅଧ୍ୟକ୍ଷ, କର୍ମଚାରୀଙ୍କ ମାରପିଟ୍‌, ଭିଡିଓ ଭାଇରାଲ

ବାଲେଶ୍ୱର,୧୪ା୯(ମାନସ ବିଶ୍ୱାଳ): ପାଣି ମଟର ଚଲାଇବାକୁ କେନ୍ଦ୍ର କରି କଲେଜ ପରିସରରେ ଅଧ୍ୟକ୍ଷ ଏବଂ କର୍ମଚାରୀଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦ୍ଦା ରୋଡ୍‌ସ୍ଥିତ ସିଦ୍ଧେଶ୍ୱର କଲେଜରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ମାଡ଼ରେ ଜଣେ କର୍ମଚାରୀ ଆହତ ହୋଇଥିବା ଅଭିଯୋଗ ହୋଇଛି।

ସୂଚନାନୁଯାୟୀ, ଗୁରୁବାର ସକାଳେ କଲେଜ ପାଣି ଟାଙ୍କିରେ ପାଣି ଭର୍ତ୍ତି କରିବା ପାଇଁ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଦୀପ୍ତିଭୂଷଣ କାନୁନ୍‌ଗୋ ଏବଂ ଇଲେକ୍କ୍ରିସିଆନ କୃଷ୍ଣ ପ୍ରସାଦ ସୁରଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହି ବଚସା ଉଗ୍ରରୂପ ଧାରଣ କରିଥିଲା। ଉଭୟଙ୍କ ମଧ୍ୟରେ ଗଣ୍ତଗୋଳ ହେବା ସହ ଅଧ୍ୟକ୍ଷଙ୍କ ମାଡ଼ରେ ଇଲେକ୍ଟ୍ରିସିଆନ କୃଷ୍ଣ ଆହତ ହୋଇଥିବା ଅଭିଯୋଗ କରିଛନ୍ତି। ତେବେ ଏହି ମାରପିଟ୍‌ର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Share