Categories: ଜାତୀୟ

ଛାପା ଗଣମାଧ୍ୟମ ସବୁଠୁ ବିଶ୍ୱସନୀୟ

ନୂଆଦିଲ୍ଲୀ,୧୭ା୧୦: ଡିଜିଟାଲ ମିଡିଆର ବିସ୍ତାର ଓ ହଟଚମଟ ସୃଷ୍ଟିକାରୀ ଟେଲିଭିଜନ୍‌ ନ୍ୟୁଜ୍‌ର ବହୁଳ ପ୍ରସାର ସତ୍ତ୍ୱେ ଖବରକାଗଜ ତା’ର ବିଶେଷତ୍ୱ ବଜାୟ ରଖିଛି। ୬୬ ପ୍ରତିଶତ ଭାରତୀୟ ପ୍ରିଣ୍ଟ ମିଡିଆକୁ ସୂଚନାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉତ୍ସ ବୋଲି ବିବେଚନା କରନ୍ତି। ସିଭୋଟର ପକ୍ଷରୁ କରାଯାଇଥିବା ମିଡିଆ କଞ୍ଜମ୍ପଶନ ସର୍ଭେ ୨୦୨୦ ଅନୁସାରେ ଲୋକେ ସବୁଠୁ ଅଧିକ ଖବରକାଗଜ ଓ ପତ୍ରପତ୍ରିକା ଉପରେ ଭରସା କରିଥାଆନ୍ତି। ଛାପା ଗଣମାଧ୍ୟମରେ ପ୍ରକାଶିତ ନ୍ୟୁଜ୍‌ ଓ ଷ୍ଟୋରି ଭାରତୀୟ ପାଠକଙ୍କଠାରେ ୬୩% ଆଦୃତି ଲାଭ କରିଛି। ବିଶେଷକରି କୋଭିଡ୍‌-୧୯ ସମୟରେ ଖବରକାଗଜ ବିଶେଷ ଗୁରୁତ୍ୱ ବହନ କରିଛି। ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକର ବିତର୍କରୁ ବିଶେଷ ସୂଚନା ମିଳି ନ ଥାଏ ବୋଲି ୭୩% ଭାରତୀୟ ମତ ଦେଇଛନ୍ତି। ଦେଶର ପ୍ରତ୍ୟେକ ରାଜ୍ୟର ସମସ୍ତ ଜିଲାରୁ ୫୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା।

Share