Advertisement

ଦୁର୍ଗମ ଅଞ୍ଚଳରେ ବିକାଶ କୁ ପ୍ରାଥମିକତା, ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଲେ ବିଡ଼ିଓ

ରାଇକିଆ,୩।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବିଡିଓ ସବ୍ୟସାଚୀ ସାହୁ ବ୍ଲକର ବିଭିନ୍ନ ଅପହଞ୍ଚ ଇଲାକାରେ ପହଞ୍ଚି ଉନ୍ନୟନ କାର୍ଯ୍ୟ ତଦାରଖ କରୁଛନ୍ତି । ବିଶେଷ କରି କରଡ଼ା, ଇନ୍ଦ୍ରଗଡ଼, ରଣବା ଭଳି ଦୁର୍ଗମ ପଞ୍ଚାୟତର ଆଭ୍ୟନ୍ତରୀଣ ଅଞ୍ଚଳରେ ସଧାରଣ ସୁବିଧା ପାଇଁ ଲୋକେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାକୁ ପ୍ରାଥମିକତା ଭିତ୍ତିରେ ସମାଧାନ ପାଇଁ ଏହି ସବୁ ଅଞ୍ଚଳକୁ ନିୟମିତ ଗସ୍ତ କରୁଛନ୍ତି ବିଡ଼ିଓ । ବୁଧବାର ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ବିଭନ୍ନ ଯୋଜନା ରେ ର୍ନିମାଣାଧୀନ ପ୍ରକଳ୍ପ କାର୍ଯ୍ୟ ର ସମୀକ୍ଷା କରିବା ସହ ଜନ ସାଧାରଣ ଙ୍କ ଆବଶ୍ୟକତାକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି । ବିଡ଼ିଓ ଙ୍କ ସମେତ ସହକାରୀ ଯନ୍ତ୍ରୀ ବଣ୍ଟି ଚୌଧୁରୀ, କନିଷ୍ଠ ଯନ୍ତ୍ରୀ ବିକାଶ ନାୟକ, ବ୍ଲକ ପ୍ରୋଗ୍ରାମ କୋର୍ଡିନେଟର କମଲ ନାୟକ ଏବଂ ପଞ୍ଚାୟତ ର୍ନିବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share