ଓଡ଼ିଶାକୁ ଆଗ୍ରାଧିକାର: ଜାନୁଆରୀ ମାସରେ ୨ ଥର ଆସିବେ ପ୍ରଧାନମନ୍ତ୍ରୀ

କଟକ,୧୬।୧୨: ଜାନୁଆରୀ ମାସରେ ଦୁଇଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଆସନ୍ତା ମାସରେ ଭୁବନେଶ୍ୱରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସକୁ ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଏଥିସହିତ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆସିବେ।

ସୂଚନାଯୋଗ୍ୟ ଗତମାସ (ନଭେମ୍ବର) 29 ତାରିଖରୁ ଚଳିତମାସ (ଡିସେମ୍ବର)ପହିଲା ପର୍ଯ୍ୟନ୍ତ ୩ ଦିନ ଭୁବନେଶ୍ୱରରେ ସର୍ବଭାରତୀୟ ପୋଲିସ ମହାନିର୍ଦେଶକ ଓ ମହାନିରୀକ୍ଷକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ତିନିଦିନ ଓଡ଼ିଶାରେ ରହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରମର୍ଶଦାତା ଅଜିତ ଡୋଭାଲ ପ୍ରମୁଖଙ୍କ ଉପସ୍ଥିତରେ ବୈଠକ ହୋଇଥିଲା ।

ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟର ପୋଲିସ ମୁଖ୍ୟମାନେ ଏହି ସମ୍ମିଳନୀରେ ଯୋଗଦେଇଥିଲେ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ପୋଲିସର ଭୂମିକା, ଭାବମୂର୍ତ୍ତି, କାର୍ଯ୍ୟଶୈଳୀ, ତଟରକ୍ଷା ଉପରେ ଆଲୋଚନା କରିଥିଲେ । ସ୍ମାର୍ଟ ପୋଲିସିଂ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରି କାର୍ଯ୍ୟକ୍ରମରେ ଉଦଯାପନୀ ସମ୍ବୋଧନ ରଖିଥିଲେ । ବିଭାଗ ରେ ସ୍ବଚ୍ଛତା ବଜାୟ ରଖି ଲୋକଙ୍କ ନିକଟତର ହେବା ସହ ଉତ୍ତମ ସେବା ଯୋଗାଇବା ଉପରେ ସମ୍ବୋଧନରେ ଗୁରୁମନ୍ତ୍ର ଦେଇଥିଲେ ପ୍ରଧାନମନ୍ତ୍ରୀ ।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧୀ ମାର୍ଗରେ ଗଡ଼ିବ ପ୍ରଜ୍ଞାପନ ମେଢ଼: ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବ ରାଜ୍ୟର ଐତିହ୍ୟ ଓ ବିକାଶ

ଭୁବନେଶ୍ୱର,୧୬ା୧୨(ଅନିଲ ଦାସ)-ଆସନ୍ତା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ଭୁବନେଶ୍ବରସ୍ଥିତ ଗାନ୍ଧୀ ମାର୍ଗରେ ପ୍ରଜ୍ଞାପନ ମେଢ଼ ଗଡ଼ିବ । ଏଥିରେ ରାଜ୍ୟର ଐତିହ୍ୟ, ପରମ୍ପରା, ଅସ୍ମିତା...

ଦଲାଲଙ୍କ ପ୍ରତି ସତର୍କ ରହିବାକୁ ଚେତେଇଦେଲା OPSC: ଜାଣନ୍ତୁ କିପରି କରିବେ ଅଭିଯୋଗ ?

କଟକ,୧୬।୧୨: ରାଜ୍ୟରେ ସରକାରୀ ନିଯୁକ୍ତିରେ ଦୁର୍ନୀତି ହେଉଥିବା ଖୋଦ ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିବା ପରେ ଏହି ବିଷୟକୁ ନେଇ ବିବାଦ ସହିତ ଚର୍ଚ୍ଚା ମଧ୍ୟ ବୃଦ୍ଧି...

ଅପରାଧୀଠାରୁ ପାଦେ ଆଗରେ ରହିବାକୁ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ଵର, ୧୬।୧୨: ଆଜିକାଲି ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ତେଣୁ, ପୋଲିସକୁ ମଧ୍ୟ ଅପରାଧୀଙ୍କ ଠାରୁ ପାଦେ ଆଗରେ ରହିବାକୁ ହେବ। ସୋମବାର...

ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ

ବଲାଙ୍ଗୀର,୧୬।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୋଲିସକୁ ବଡ଼ଧରଣର ସଫଳତା ମିଳିଛି। ବଲାଙ୍ଗୀର ଜିଲା ଛତରଦାଣ୍ଡି ସଂରକ୍ଷଣ ଜଙ୍ଗଲ ଅଞ୍ଚଳରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ...

ମନ୍ଦିରରୁ ଠେକିନେଲେ ମା’ କନକଦୁର୍ଗାଙ୍କ ମୂର୍ତ୍ତି

କବିସୂର୍ଯ୍ୟନଗର,୧୬ା୧୨(କୃପାସିନ୍ଧୁ ସ୍ବାଇଁ): ଚୋରଙ୍କ ଟାର୍ଗେଟରେ ଗଞ୍ଜାମ ଜିଲାର ଦେବାଦେବୀ ମନ୍ଦିର। ବିଭିନ୍ନ ମନ୍ଦିରରୁ ଦେବାଦେବୀଙ୍କ ସୁନାରୁପା ଅଳଙ୍କାର ଚୋରି ଘଟଣା ଘଟୁଥିଲା। ଏବେ ମନ୍ଦିରରୁ ଦେବାଦେବୀଙ୍କ...

ବିଚ୍‌ ରାସ୍ତାରେ କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇଲେ ମହୁମାଛି

ଭୁବନେଶ୍ୱର,୧୬।୧୨: ଆଇଏଏସ୍‌ ବିଷ୍ଣୁପଦଙ୍କ ଘର ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ କଂଗ୍ରେସ କର୍ମୀଙ୍କୁ ସୋମବାର ମହୁମାଛି ଆକ୍ରମଣ କରିଛନ୍ତି। ବିଚ୍‌ ରାସ୍ତାରେ...

ମିଳିବନି ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା , ବଡ଼ ସୂଚନା ଦେଲେ ପ୍ରଭାତୀ ପରିଡ଼ା, ଜାଣନ୍ତୁ କ’ଣ କହିଲେ…

ଭୁବନେଶ୍ୱର,୧୬।୧୨: ଡିସେମ୍ବରରେ ମିଳିବ ନାହିଁ ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ୩୦...

ଲୋକଙ୍କ ପାଖକୁ ଆସି ସମସ୍ୟା ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣିଛନ୍ତି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri