କମ୍ପନରେ ଜେଲ ଭାଙ୍ଗିଗଲା: ପଳାଇଲେ ୨୦ ଆତଙ୍କବାଦୀ

ଆଜାଜ,୮।୨: ଭୟାବହ ଭୂକମ୍ପରେ ସିରିଆର ଉତ୍ତରପଶ୍ଚିମ ଭାଗରେ ଥିବା ଏକ ଜେଲ ଭୁଶୁଡ଼ି ପଡ଼ିବାରୁ ୨୦ ଜଣ ଆଇଏସ୍‌ ଆତଙ୍କବାଦୀ ଖସି ପଳାଇଯାଇଛନ୍ତି। ତୁର୍କୀ ସୀମାନ୍ତ ରାଜୋ ସହରର ସାମରିକ ପୋଲିସ ଜେଲରେ ପ୍ରାୟ ୨,୦୦୦ ବନ୍ଦୀ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୧,୩୦୦ ହେଉଛନ୍ତି ଆଇଏସ୍‌ ଆତଙ୍କବାଦୀ। ଭୂକମ୍ପରେ ଜେଲ କ୍ଷତିଗ୍ରସ୍ତ ହେବା ପରେ କେତେଜଣ ବନ୍ଦୀ ଏହାର କିଛି ଅଂଶକୁ ନିୟନ୍ତ୍ରଣକୁ ନେଇଥିଲେ। ଅନ୍ୟପକ୍ଷରେ ଭୂକମ୍ପକୁ ନେଇ ସୋସିଆଲ ମିଡିଆରେ ଆତଙ୍କପ୍ରଦ ବାର୍ତ୍ତା ପ୍ରସାର କରିବା ଅଭିଯୋଗରେ ତୁର୍କୀର ୪ ଜଣଙ୍କୁ ଗିରଫ କରାଯାଇଛି।

Share