Categories: ଜାତୀୟ

ମଦ ପାଇଁ ପୋଲିସକୁ ଟଙ୍କା ମାଗି ଜେଲ

ହାଇଦ୍ରାବାଦ୍‌, ୧୯ା୧୦: ହାଇଦ୍ରାବାଦ୍‌ ବେଗୁମପେଟର ଆନ୍ନା ନଗରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନବୀନ ନାମକ ଜଣେ ଯୁବକ ପୋଲିସ ହେଲ୍ପଲାଇନ୍‌ ନମ୍ବର ୧୦୦କୁ ଫୋନ୍‌ କରି ମଦ ପାଇଁ ଟଙ୍କା ମାଗିଥିଲେ। ଯଦି ତାଙ୍କୁ ମଦ କିଣିବା ଲାଗି ଟଙ୍କା ନ ଦିଆଯାଏ ତେବେ ସେ ବ୍ଲେଡ୍‌ରେ ନିଜ ଅଙ୍ଗ କାଟିଦେବା ପାଇଁ ଧମକ ଦେବାସହ ହୋମ୍‌ଗାର୍ଡଙ୍କୁ ଅଭଦ୍ର ଭାଷାରେ ଗାଳି କରିଥିଲେ। ପୋଲିସ ନବୀନଙ୍କ ଫୋନ୍‌ ନମ୍ବରକୁ ଟ୍ରେସ୍‌କରି ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଥାନାକୁ ଉଠାଇ ଆଣିଥିଲା। ପର ଦିନ ନବୀନଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ମାଜିଷ୍ଟ୍ରେଟ୍‌ ତାଙ୍କୁ ୭୦ ଦିନର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

Share