ୟୁନିଫର୍ମ ବାବଦରେ ଜେଲ କର୍ମଚାରୀଙ୍କୁ ମିଳିବ ଟଙ୍କା

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ଜେଲ କର୍ମଚାରୀଙ୍କୁ ୟୁନିଫର୍ମ ପ୍ରଦାନ କରାଯିବ। ବର୍ଷକୁ ଏବାବଦରେ ଅଫିସରଙ୍କୁ ୩ହଜାର ଟଙ୍କା ଓ କର୍ମଚାରୀଙ୍କୁ ୪ହଜାର ଟଙ୍କା ଦିଆଯିବ। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଜେଲ ବିଭାଗରେ ୟୁନିଫର୍ମ ପାଇଁ ବର୍ଷକୁ ଥରେ ଟେଣ୍ଡର କରାଯାଉଥିବାବେଳେ ଏବେ ଏଥିରେ ପରିବର୍ତ୍ତନ କରାଯାଇଛି। ପୋଲିସ ବିଭାଗ ଭଳି ଏମାନେ ୟୁନିଫର୍ମ ବଦଳରେ ବର୍ଷକୁ ଥରେ ଟଙ୍କା ପାଇବେ। ଏହି ଟଙ୍କାରେ ଏମାନେ ପୋଷାକ, ଜୋତା ଓ ବେଲ୍ଟ କିଣିବେ। ଆସନ୍ତା ଆର୍ଥିକ ବର୍ଷଠାରୁ ଏହି ନିୟମ ଲାଗୁ ହେବ।

Share