
ଢେଙ୍କାନାଳ,୨୫।୩: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମଙ୍ଗଳବାର ଚିକିତ୍ସା ପାଇଁ ଆସିଥିବା ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଚିକିତ୍ସା ପାଇଁ ୪ କଏଦୀଙ୍କୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ଫେରାର କଏଦୀଙ୍କୁ ଧରିବା ପାଇଁ ଟାଉନ ଥାନା ପୋଲିସ ଖୋଜାଖୋଜି କରୁଛି। ହେଲେ ଏପର୍ଯ୍ୟନ୍ତ କଏଦୀଙ୍କ କୌଣସି ପତ୍ତା ମିଳିପାରି ନାହିଁ।