କଏଦୀ ନମ୍ବର-୬୨୬୭୧୦

ଜେଲ ଭିତରେ ବନ୍ଦୀ ଥିବା ସବୁ ମଣିଷ କ’ଣ ଅପରାଧୀ? ସେମାନଙ୍କ ମଧ୍ୟରୁ କେତେକଙ୍କୁ ଅପରାଧୀ ବୋଲି ଶାସକ ଶ୍ରେଣୀର ରାଷ୍ଟ୍ରର ପୋଲିସ ଓ ମିଲିଟାରୀ ପକ୍ଷରୁ ଅଭିଯୋଗ କରାଯାଇଥାଏ। ସେଭଳି ଅନେକ ଘଟଣା ମଧ୍ୟରୁ ଗୋଟିଏ ଘଟଣା ଘଟିଥିଲା ଜର୍ମାନରେ। ନାଜି ନେତା ହିଟ୍‌ଲର ୧୯୩୩ ଜାନୁଆରୀ ୩୦ରେ କ୍ଷମତା ହାସଲ କଲାପରେ ଗୁପ୍ତଘାତକ ଏଜେଣ୍ଟ ଦ୍ୱାରା ଜର୍ମାନ ପାର୍ଲାମେଣ୍ଟରେ ନିଆଁ ଲଗାଇ ଦେଲା ଓ ଏହି ଅଭିଯୋଗରେ ବୁଲ୍‌ଗେରିଆର କମ୍ୟୁନିଷ୍ଟ ନେତା ଜର୍ଜ ଡିମିଟ୍ରଭ ଗିରଫ ହେଲେ ଏବଂ ଜର୍ମାନ କମ୍ୟୁନିଷ୍ଟ ପାର୍ଟିକୁ ବେଆଇନ ଘୋଷଣା କରାଗଲା। ଡିମିଟ୍ରଭ କୌଣସି ଓକିଲ ନିଯୁକ୍ତ ନ କରି ନିଜେ ନିଜ ମାମଲାକୁ ଲଢ଼ିଲେ। ଏକ ଶତ୍ରୁ ଦେଶରେ ଅଦାଲତରେ ସେ ଦେଶର ପ୍ରଧାନମନ୍ତ୍ରୀ ଗୋରିଂଙ୍କୁ ପ୍ରଶ୍ନବାଣରେ ଜର୍ଜରିତ କରି, ନାଜି ସରକାରକୁ କାଠଗଡ଼ାରେ ଠିଆ କରାଇ ନିଜେ ମୁକ୍ତି ପାଇଥିଲେ। କୋର୍ଟରୁ ମୁକ୍ତ ହେବା ପରେ ବି ହିଟ୍‌ଲର ସରକାର ତାଙ୍କୁ ଖଲାସ କରି ନ ଥିଲା। ସୋଭିଏଟ୍‌ ୟୁନିୟନର ହସ୍ତକ୍ଷେପ ପରେ ସେ ମୁକୁଳି ଥିଲେ।
ଆଉ ଏକ ଘଟଣା। କ୍ୟୁବାର ତତ୍‌କାଳୀନ ରାଷ୍ଟ୍ରପତି ଫିଡେଲ କାଷ୍ଟ୍ରୋ ପାର୍ଲାମେଣ୍ଟ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ। ମାତ୍ର ଏକଚ୍ଛତ୍ରବାଦୀ ଶାସକ ବାଟିଷ୍ଟା ନିର୍ବାଚନକୁ ବାତିଲ କରିଦେଲେ। କାଷ୍ଟ୍ରୋଙ୍କ ନେତୃତ୍ୱରେ ଗଠିତ ଜୁଲାଇ ୨୬ କମିଟି ପକ୍ଷରୁ ବାଟିଷ୍ଟା ସରକାରର ମିଲିଟାରୀ ଗ୍ୟାରିସନ ଉପରେ ବିଦ୍ରୋହୀମାନେ ଆକ୍ରମଣ କଲେ, ମାତ୍ର ପରାସ୍ତ ହେଲେ। କାଷ୍ଟ୍ରୋ ଓ ତାଙ୍କ ସାଥୀମାନେ ଗିରଫ ହୋଇ ଅଦାଲତରେ ନିଜର ବୟାନ ଦେଇଥିଲେ। ରାଷ୍ଟ୍ରଦ୍ରୋହ ଅପରାଧରେ ତାଙ୍କୁ ମୁତ୍ୟୁଦଣ୍ଡ ଦିଆ ନ ଯାଇ ଜେଲଦଣ୍ଡ ଦିଆଯାଇଥିଲା ଓ କେଇବର୍ଷ ପରେ ସେ ଖଲାସ ହୋଇଥିଲେ। କାଷ୍ଟ୍ରୋ ଅଦାଲତରେ କହିଥିଲେ- ‘ଇତିହାସ ମୋତେ ଦୋଷମୁକ୍ତ କରିବ।’ ଫିଡେଲ ତା’ପରେ ଗଣବିପ୍ଲବ ଜରିଆରେ ବାଟିଷ୍ଟାଙ୍କୁ ଗାଦିଚ୍ୟୁତ କରିବା ପୂର୍ବରୁ ବାଟିଷ୍ଟା ଦେଶ ଛାଡ଼ି ପଳାଇଲେ।
୧୯୭୧ରେ ଶ୍ରୀଲଙ୍କାରେ ଆଉ ଏକ ଘଟଣା ଘଟିଥିଲା । ଜନତା ଭିମୁକ୍ତି ପେରାମୁନା ପକ୍ଷରୁ ସଶସ୍ତ୍ର ବିଦ୍ରୋହରେ ପ୍ରାୟ ପାଞ୍ଚହଜାର ଲୋକ ମୃତ୍ୟୁବରଣ କରିଥିଲେ। ବିପ୍ଲବୀମାନଙ୍କର ନେତା ରୋହନ ୱେଜେୱାରା ଅଦାଲତରେ ବିଚାରବେଳେ ଘୋଷଣା କରିଥିଲେ ଯେ, ମୁଁ କଏଦୀ ନଂ-୧୩୧, ମୁଁ ଜଣେ ବିପ୍ଲବୀ, ମୁଁ ଦେଶଦ୍ରୋହୀ ନୁହେଁ କି ଆତଙ୍କବାଦୀ ନୁହେଁ। ସେ କହିଲେ, ଜଣେ ବିପ୍ଲବୀ କେବେହେଲେ ଦେଶଦ୍ରୋହୀ ବା ଆତଙ୍କବାଦୀ ହୋଇପାରେନା।
ଆମ ଦେଶରେ ବ୍ରିଟିଶ ସରକାର ଶାସନ ଚାଲିଥିବାବେଳେ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ଓ ବିପ୍ଲବୀମାନଙ୍କୁ ଦେଶଦ୍ରୋହ ଅପରାଧରେ ଗିରଫ କରାଯାଉଥିଲା। ୨୦୧୪ ପରେ ଦେଶରେ ବେଶି ଲୋକଙ୍କୁ ଦେଶଦ୍ରୋହ ଅପରାଧରେ ଗିରଫ କରାଯାଉଛି। ତେବେ କଏଦୀ ନମ୍ବର-୬୨୬୭୧୦ଙ୍କୁ ଜାଣିବା ଦରକାର। ଦିଲ୍ଲୀର ତିହାର ଜେଲରେ ବିଚାରାଧୀନ ବନ୍ଦୀ ଉମର ଖଲିଦ୍‌ ହେଉଛନ୍ତି କଏଦୀ ନମ୍ବର-୬୨୬୭୧୦। ୨୦୨୦, ସେପ୍ଟେମ୍ବର ୧୪ରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ତାଙ୍କୁ ୟୁ.ଏ.ପି.ଏ. ଆଇନ ବଳରେ ଗିରଫ କରି ଜେଲରେ ରଖିଛି। ଦୀର୍ଘ ଚାରିବର୍ଷ ଧରି ତାଙ୍କ ବିରୋଧରେ ବିଚାର ଆରମ୍ଭ କରାଯାଉନାହିଁ କି ଜାମିନରେ ଛାଡି଼ ଦିଆଯାଉନାହିଁ। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି. ପାଇଥିବା ଉମର ଖଲିଦ୍‌ ଜଣେ ଛାତ୍ର ନେତା ଥିଲେ। ଜେଏନ୍‌ୟୁ ଛାତ୍ର ୟୁନିୟନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଆଗୁଆ ଥିଲେ। ତାଙ୍କୁ ଷଡ଼ଯନ୍ତ୍ର କରି ଗିରଫ କରାଯାଇଛି।
ସି.ଏ.ଏ. ଆଇନ-୨୦୧୯ ବିରୋଧରେ ଦିଲ୍ଲୀର ଜାଫ୍ରାବାଦରେ ମହିଳାମାନଙ୍କ ଶାନ୍ତିପୂର୍ଣ୍ଣ ଧାରଣାକୁ ହଟାଇବାକୁ ଭାଜପା ନେତା କପିଳ ମିଶ୍ର ଘୋଷଣା କରିବା ପରେ, ଧାରଣାକାରୀଙ୍କ ଉପରେ ଆକ୍ରମଣ ଆରମ୍ଭ ହେଲା। ଫେବୃଆରୀ ୨୩ ରୁ ଧାରଣାକାରୀଙ୍କ ଉପରେ ଆକ୍ରମଣ ଆରମ୍ଭ ହେବାପରେ ଉତ୍ତର-ପୂର୍ବ ଦିଲ୍ଲୀରେ ଦଙ୍ଗା ଘଟାଗଲା ଓ ୫୩ ଜଣଙ୍କ ମୃତ୍ୟୁ ଘଟିଲା। ତହିଁରୁ ୨/୩ ଅଂଶ ଲୋକ ମୁସଲମାନ। ସ୍ଥାନୀୟ ହିନ୍ଦୁ ଓ ମୁସଲମାନ ଏଥିରେ ପ୍ରାୟତଃ ସଂପୃକ୍ତ ନ ଥିଲେ। ଭାରତରେ ଯେତେ ସାଂପ୍ରଦାୟିକ ଦଙ୍ଗା ଘଟିଛି ଓ ସେ ସମ୍ପର୍କରେ ଯେତେ ତଦନ୍ତ କମିଶନ ବସିଛି, ସେସବୁ କମିଶନ ସଂଖ୍ୟାଗରିଷ୍ଠ ସଂପ୍ରଦାୟର ହିଂସ୍ରକମାନଙ୍କୁ ଦାୟୀ କରିଛନ୍ତି। ଏହି ଦଙ୍ଗାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଉମର ଖଲିଦ୍‌ଙ୍କୁ ପୋଲିସ ଅଭିଯୁକ୍ତ କରିଛି। ଏହି ଦଙ୍ଗା ଘଟଣାରେ ୭୦୦ ଏଫ.ଆଇ.ଆର. ପୋଲିସ ଗ୍ରହଣ କରିଥିଲା ଓ ପ୍ରାୟ ୨୫୦୦ ଲୋକଙ୍କୁ ଗିରଫ କରିଥିଲା ଓ ଏମାନଙ୍କ ମଧ୍ୟରେ ଅଧିକାଂଶ ମୁସଲମାନ ଥିଲେ।
ଆମ ଦେଶରେ ଗୋଟାଏ ପରେ ଗୋଟାଏ ଭୟଙ୍କର ଓ କଠୋର ଦମନମୂଳକ ଆଇନ ଗ୍ରହଣ କରାଯାଉଛି। ଟାଡା ଆଇନ, ପୋଟା ଆଇନ, ୟୁ.ଏ.ପି.ଏ. ଆଇନ ସେଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ। ଜଣେ ଅଭିଯୁକ୍ତକୁ ୧୭ବର୍ଷ ଜେଲରେ ରଖିବା ପରେ ଅଦାଲତ ତାଙ୍କୁ ନିର୍ଦ୍ଦୋଷ ବୋଲି କହିଛି। ଉମର ଖଲିଦ୍‌ ୨୦୧୬ରେ ଦେଶଦ୍ରୋହ ଅଭିଯୋଗରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଗିରଫ ହୋଇଥିଲେ। ଦିଲ୍ଲୀ ହାଇକୋର୍ଟ ତାଙ୍କୁ ସେହି ବର୍ଷ ଜାମିନରେ ଖଲାସ କରିଥିଲା। ମାତ୍ର ପୁଣି ୨୦୨୦ ସେପ୍ଟେମ୍ବର ୧୪ ତାରିଖରେ ଗିରଫ ପରେ ତାଙ୍କ ବିରୋଧରେ ଅନେକ ହଜାର ପୃଷ୍ଠାରୁ ଅଧିକ ପୃଷ୍ଠାର ଚାର୍ଯଶିଟ୍‌ ଦାଖଲ କରାଯାଇଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ ଅନେକ ହଜାର ପୃଷ୍ଠାର ଡାଟା ଉପରେ ତାଙ୍କୁ ଉତ୍ତର ଦେବାକୁ ହେବ। ବୋଧହୁଏ ଏ ବିଚାର ତାଙ୍କର ଜୀବନକାଳ ମଧ୍ୟରେ ଶେଷ ହେବ ନାହିଁ।
ସବୁଠାରୁ ଆଶ୍ଚର୍ଯ୍ୟ ଯେ, ସୁପ୍ରିମକୋର୍ଟ କିଭଳି ଏ ଘଟଣା ପ୍ରତି ଆଖି ବୁଜି ଦେଇଛନ୍ତି। ଅଦାଲତରେ ତାଙ୍କର ବିଚାର ଆରମ୍ଭ ହେଉନାହିଁ କାହିଁକି? ଶୀର୍ଷ ଅଦାଲତ କାହିଁକି ନିର୍ଦ୍ଦେଶ ଦେଉନାହାନ୍ତି ବିଚାର ଆରମ୍ଭ କରିବାକୁ। ବାସ୍ତବରେ ଖଲିଦ୍‌ ସାମ୍ବିଧାନିକ ଅଧିକାର ବଳରେ ସି.ଏ.ଏ.କୁ ବିରୋଧ କରିଥିଲେ। ସାମ୍ବିଧାନିକ ଅଧିକାରଭୁକ୍ତ ପ୍ରକ୍ରିୟାରେ ପ୍ରତିବାଦ କରିବାକୁ ଆତଙ୍କବାଦୀ, ଦଙ୍ଗାକାରୀ ଓ ଦେଶଦ୍ରୋହୀ ବୋଲି ପୋଲିସ ଅଭିଯୋଗ ଆଣିଲାବେଳେ ବିଚାର ବିଭାଗ ନୀରବ କାହିଁକି?
ଉମର ଖଲିଦ୍‌ଙ୍କ କାରାବାସ ପଞ୍ଚମ ବର୍ଷରେ ପହଞ୍ଚତ୍ଛି। ତାଙ୍କୁ କୌଣସି ଅଦାଲତ ଦୋଷୀ ବୋଲି ଘୋଷଣା କରିନାହିଁ। ମାତ୍ର ତାଙ୍କୁ ଜାମିନ ମିଳୁନାହିଁ। କଏଦୀ ନମ୍ବର-୬୨୬୭୧୦ଙ୍କୁ କେବେ ସ୍ବାଧୀନ ଭାରତର ନ୍ୟାୟ ବ୍ୟବସ୍ଥା ନ୍ୟାୟ ଦେବ?
ମୋ:୯୪୩୭୦୦୭୭୭୦


Enter your email to get our daily news in your inbox.

All Right Reserved By Dharitri.Com

ସସମ୍ମାନେ ଇଚ୍ଛାମୃତ୍ୟୁ

କଥାରେ ଅଛି, ”ମରଣଠାରୁ ଘୋଷରା ବଳେ“। ଏହାର ଅର୍ଥ ହେଲା, ମୃତ୍ୟୁ ଅପେକ୍ଷା ଏହା ପୂର୍ବର ରୁଗ୍‌ଣ ତଥା ଶଯ୍ୟାଶାୟୀ ଜୀବନ ଅଧିକ ଯନ୍ତ୍ରଣାଦାୟକ। ଆମ...

ଲେଖକ ଲେଖନ୍ତୁ

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯(୧) ‘ଏ’ରେ ନାଗରିକର ଅଭିବ୍ୟକ୍ତି ସ୍ବାଧୀନତା ଏକ ମୌଳିକ ଅଧିକାର ଭାବେ ବର୍ଣ୍ଣନା କରାଯାଇଛି। କିନ୍ତୁ ବହୁ କ୍ଷେତ୍ରରେ ସେହି ଅଧିକାର...

ଭାରତୀୟ ଜୀବନଚର୍ଯ୍ୟା

ଜିକାଲି ବିଭିନ୍ନ କାରଣ ହେତୁ ରୋଗୀ ଓ ଭୋଗୀଙ୍କ ସଂଖ୍ୟା ବଢ଼ି ଚାଲିିଛି। ଜୀବନଚର୍ଯ୍ୟାରେ ପରିବର୍ତ୍ତନ ହେତୁ ସାମାଜିକ ବିଶୃଙ୍ଖଳା ସୃଷ୍ଟି ହେବା ସହ ବ୍ୟକ୍ତିଗତ...

ମନୋସାମାଜିକ ଯତ୍ନ ଓ ବିପର୍ଯ୍ୟୟ

ମେ ଜାଣୁ ଯେ ପ୍ରାକୃତିକ ବା ମନୁଷ୍ୟକୃତ ବିପର୍ଯ୍ୟୟ ଯେକୌଣସି ସମୟରେ ଆମ ସାମ୍ନାରେ ଆସି ଉଭା ହୋଇପାରେ। ଏହି ବିପର୍ଯ୍ୟୟ ଏକ ଘଟଣା ବା...

କେବେ ଆୟତ୍ତ ନ ଥିଲା

ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ ଓ କଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହୋଇ ଏବେ ସେଠାରେ ଗଣତାନ୍ତ୍ରିକ ଉପାୟରେ ସରକାର ଗଠନ ହୋଇଛି। ନୂଆ ସରକାର...

ଏଇ ଭାରତରେ

ପିଲାଙ୍କ ଖୁସି ପାଇଁ ମା’ ବାପା ନିଜ ଜୀବନ ଦେବାକୁ ବି ପଛାନ୍ତି ନାହିଁ। କିନ୍ତୁ କେହି କେବେ ନିଜ ସନ୍ତାନକୁ ଜୀବନରୁ ମାରିଦେବା ପାଇଁ...

ଯେତେବେଳେ ଯେଉଁ କଥା

ପ୍ରାତଃଭ୍ରମଣରୁ ଫେରି ବୈଠକଘରେ ବସି ପତ୍ନୀ ପ୍ରାଣାୟାମ କରିବା ପରେ ମୋତେ କହିଲେ, ବଜାର ଯାଇ କଞ୍ଚାଲଙ୍କା, ଧନିଆପତ୍ର, ସାରୁ, କଖାରୁ, ପୋଟଳ, ଟମାଟୋ, ଲେଉଟିଆ...

ଓଡ଼ିଆ ଭାଷା ଓ ତା’ର ସୁରକ୍ଷା

ଭାଷା ଏକ ନଦୀ ଭଳି ପ୍ରବହମାନ। ନଦୀରେ କେତେ ନାଳ ଓ ଜଳଧାର ମିଶି ମୂଳ ନଦୀରେ ବିଲୀନ ହୁଏ। ସେହି ନ୍ୟାୟରେ ଓଡ଼ିଆ ଭାଷାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri