Categories: ଜାତୀୟ

କଏଦୀ ନଂ ଏନ୍‌୯୫୬

ମୁମ୍ବାଇ,୧୫।୧୦: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନଙ୍କୁ କ୍ୱାରେଣ୍ଟିନରୁ ବାହାରି କରି କଏଦୀଙ୍କ ଭଳି ଆର୍ଥର ରୋଡ୍‌ ଜେଲ ପଠାଇ ଦିଆଯାଇଛି। କଏଦୀ ନଂ ଏନ୍‌୯୫୭। ତାଙ୍କୁ ଯେଉଁମାନଙ୍କ ସହ ରଖାଯାଇଛି, ସେମାନେ ମଧ୍ୟ ସମାନ ମାମଲାରେ ଜଡ଼ିତ।

ମିଳିଥିବା ସୂଚନା ମୁତାବକ, ଆର୍ଯ୍ୟନଙ୍କୁ ୪,୫୦୦ ଟଙ୍କାର ମନି ଅର୍ଡର ପଠାଇଛନ୍ତି ଶାହାରୁଖ ଖାନ। ଏହି ଟଙ୍କାରେ ସେ ଜେଲର କ୍ୟାଣ୍ଟିନରୁ ଖାଦ୍ୟ ଓ ଅନ୍ୟ କିଛି ଦରକାର ସାମଗ୍ରୀ କିଣିପାରିବେ।

Share