କଏଦୀ ଓ ସଂସ୍କାର

ଅଭିମନ୍ୟୁ ଧଳ

ଆମ ଦେଶ ତଥା ରାଜ୍ୟରେ ଲକ୍ଷ ଲକ୍ଷ ମାମଲା କୋର୍ଟରେ ବିଚାରାଧୀନ; ଯାହା ଫଳରେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ଷ ବର୍ଷ ଧରି ମାମଲା ଚାଲୁଛି। ତାରିଖ ପରେ ତାରିଖ ଗଡ଼ି ଚାଲୁଛି। ବେଳେ ବେଳେ ଅପରାଧୀ ଦଣ୍ଡ ପାଇଲା ବେଳକୁ ସେ ମୃତ୍ୟୁବରଣ କରିସାରିଥାଏ। ଏପରି କି ମିଛ ମାମଲାକୁ କୋର୍ଟରେ ଦିନ ଦିନ ଗଡ଼ି ଚାଲେ; ଯାହା ବିଚାରାଧୀନ କଏଦୀଙ୍କ ପାଇଁ କାଳ ହୁଏ। କରୋନା ପୂର୍ବବର୍ତ୍ତୀ ସମୟରେ କଏଦୀଙ୍କ ସଂଖ୍ୟା ଜେଲ ତୁଳନାରେ ଅଧିକ ଥିଲା। ପରିବେଶ, ପରିସ୍ଥିତି ଚାପରେ ଜଣେ ଅପରାଧ କରିଥାଏ। କ୍ରୋଧ ଅପରାଧୀର ମୂଳ ଅସ୍ତ୍ର ପରନ୍ତୁ। ଏହି କ୍ରୋଧ ହିଁ ମଣିଷକୁ ଅମଣିଷ କରାଏ। ମାନସିକ ଚାପର ଶିକାର ହୋଇ ଜଣେ ଅପରାଧ କରି ବସେ। ବିବେକ ଓ ମାନବିକତା ହରାଇ ବସେ। ବର୍ତ୍ତମାନ ନିଶା ଆମ ଯୁବ ସମାଜକୁ କବଳିତ କରି ରଖିଛି। ଏହି ନିଶା ଅନେକ ଅପରାଧ ଘଟାଇବା ପାଇଁ ଉତ୍ସାହିତ କରୁଛି। ଜ୍ଞାନ ଶୂନ୍ୟ ହୋଇ ମଣିଷ ରାକ୍ଷସ ପାଲଟି ଯାଉଛି। ନାରୀମାନଙ୍କ ପ୍ରତି ଯେଉଁ ଭଳି ଅତ୍ୟାଚାର ଯଥା; ଯୌତୁକଜନିତ ହତ୍ୟା, ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ଫୋକସ୍‌ କୋର୍ଟର ବ୍ୟବସ୍ଥା ହୋଇଛି। ଅଳ୍ପଦିନରେ ଏହାର ବିଚାର ପ୍ରକ୍ରିୟା ଶେଷ ହେଉଛି ଓ ଅପରାଧୀଙ୍କୁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି। ଏବେ ବି ସାଧାରଣ ଲୋକଙ୍କର ବିଚାର ବିଭାଗ ଉପରେ ଆସ୍ଥା ଓ ଅଖଣ୍ଡ ବିଶ୍ୱାସ ରହିଛି। ଏହା ହିଁ ଭାରତୀୟଙ୍କର ଶ୍ରେଷ୍ଠ ସଂସ୍କାର। ଆଇନ୍‌ ନିକଟରେ ଉଚ୍ଚ-ନୀଚ, ଧନୀ-ଦରିଦ୍ର ପ୍ରତିପତ୍ତି କିଛି କାମ କରେ ନାହିଁ। ଶହେ ଅପରାଧୀ ବରଂ ଖସି ଯାଆନ୍ତୁ କିନ୍ତୁ ଜଣେ ନୀରପରାଧ ଦଣ୍ଡ ନ ପାଉ। ଏହା ଆମ ବିଚାର ବିଭାଗର ଆଦର୍ଶ। ତଥାପି କେତେକ ନିରପରାଧ ଲୋକ କୂଚକ୍ରୀଙ୍କ ଚକ୍ରାନ୍ତର ଶିକାର ହୋଇ ଜେଲ ଭୋଗିବାର ଉଦାହରଣ ରହିଛି।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟରୁ ଜଣାପଡ଼ିଛି, ଦେଶରେ ଏବେ ବିଭିନ୍ନ ଜେଲରେ ୬୭.୧୦ ପ୍ରତିଶତ ହିନ୍ଦୁ ଏବଂ ୧୭.୮୨ ପ୍ରତିଶତ ମୁସଲିମ କଏଦୀ ରହିଛନ୍ତି। ଅନ୍ୟପକ୍ଷରେ ବୈଷୟିକ ଡିଗ୍ରୀ କିମ୍ବା ଡିପ୍ଲୋମା ହାସଲ କରିଥିବା କଏଦିଙ୍କ ସଂଖ୍ୟା ହେଉଛି ୫୬୭୭। ଓଡ଼ିଶାରେ ଇଞ୍ଜିନିୟରିଂ ଓ ସ୍ନାତକୋତ୍ତର ପିଲାମାନେ ଡ୍ରଗ୍ସ କାରବାରରେ ୨୦୦ଜଣ ଜେଲ ଯାଇଛନ୍ତି। ଓଡ଼ିଶାରେ ୫ଟି ମାଧ୍ୟମରେ ଜେଲ ସବୁ ଯୋଡ଼ି ହେବା ଦ୍ୱାରା ଏଥିରେ ସଂସ୍କାର ଆସିବା ଆରମ୍ଭ ହୋଇଛି। ଲୋକେ କୁହନ୍ତି, ବନ୍ଦୀ ଜୀବନ ହେଉଛି ନର୍କ ଯନ୍ତ୍ରଣା ପରନ୍ତୁ ମାନବିକ ଅଧିକାର କର୍ମୀମାନଙ୍କର ବାରମ୍ବାର ଦାବି ଫଳରେ ଓଡ଼ିଶା ପ୍ରଥମେ ଜେଲଗୁଡ଼ିକର ସଂସ୍କାର ଆଣୁଛି। ବ୍ରହ୍ମପୁର ଚୌଦ୍ୱାର, ଭବାନୀପାଟଣା, ଜୟପୁରରେ ସୌରଚାଳିତ ଗିଜର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ୱାଶିଂ ମେଶିନ୍‌, ଭାକ୍ୟୁମ କ୍ଲିନର, କମ୍ବଳ ସଫା ୟୁନିଟ୍‌ କେବଳ ଭୁବନେଶ୍ୱର ଓ ଚୌଦ୍ୱାର ଜେଲରେ ରହିଛି। ପ୍ରତ୍ୟେକ ଜେଲରେ ମହିଳା ବନ୍ଦୀମାନଙ୍କୁ ସ୍ଲିପର ଯୋଗାଇ ଦିଆଯାଇଛି।
ବନ୍ଦୀମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବୁଣାବୁଣି, ଟେଲରିଂ, ଫିନାଇଲ୍‌ ତିଆରି, ସୋରିଷ ତେଲ ୟୁନିଟ୍‌ ପ୍ରଭୃତି ବ୍ୟବସ୍ଥା କରାଯାଉଛି। ବେସନ, ଗହମ, ମଇଦା, ମୁଢ଼ି ଭଳି ଫୁଡ୍‌ ପ୍ରୋସେସିଂ ୟୁନିଟ୍‌ ସ୍ଥାପନ କରାଯାଇଛି। ଏଥିରୁ ମିଳୁଥିବା ଆୟ ଚଳିତବର୍ଷ ୧୦କୋଟି ଟପିବ ବୋଲି ଆକଳନ କରାଯାଇଛି। ଅଭିଯୁକ୍ତମାନଙ୍କୁ ଜେଲ ନେଇଯାଉଥିବା ଓ ଆଣୁଥିବା ଗାର୍ଡମାନଙ୍କ ପୋଷାକରେ ସୁରକ୍ଷା ଦୃଷ୍ଟିରୁ କ୍ୟାମେରା ଲଗାଯିବା ତଥା ନିଶାଦ୍ରବ୍ୟ ଓ ଅନ୍ୟାନ୍ୟ ମାରଣାସ୍ତ୍ର କାରବାର ରୋକିବା ପାଇଁ ହେଭି ଡ୍ୟୁଟି ମେଟାଲ ଡିଟେକ୍ଟର ସ୍ଥାପନ ହେବାର ପ୍ରସ୍ତାବ ରହିଛି। ଦୁଇଟି ସ୍ବତନ୍ତ୍ର ଜେଲ ଓ ଏକ ମହିଳା ଜେଲରେ ବ୍ୟବସ୍ଥା କରାଯିବା ସହ ଇ-ମୁଲାବତ୍‌ ଓଇ-କଷ୍ଟଡି ପ୍ରମାଣ ପତ୍ର ବ୍ୟବସ୍ଥା ମଧ୍ୟ ଖୁବ୍‌ଶୀଘ୍ର ହେବାକୁ ଯାଉଛି।
କଏଦୀଙ୍କ ମନରେ ସକାରାମତ୍କ ଭାବନାର ଉଦ୍ରେକ ପାଇଁ ଧର୍ମ ଆଲୋଚନା ଆଦିର ବ୍ୟବସ୍ଥା ରହିଛି। ଦସ୍ୟୁ ରତ୍ନାକର ବାଲ୍ମୀକି ହୋଇ ଆଜି ବି ପୂଜା ପାଉଛନ୍ତି। କେତେକ ଅପରାଧୀ ଜେଲରୁ ମୁକୁଳିବା ପରେ ନିଜକୁ ସମାଜ ସେବାରେ ନିୟୋଜିତ କରି ଆଦର୍ଶ ସୃଷ୍ଟି କରିଛନ୍ତି। ଅଧିକ ଦିନ ସଜା କାଟିଥିବା କଏଦୀଙ୍କ ଚରିତ୍ର ବିଶ୍ଲେଷଣ କରି ମୁକ୍ତାକାଶ ଜେଲରେ ରଖାଯାଉଛି ଓ ସେମାନଙ୍କ ଦଣ୍ଡ ଅବଧି କମାଇ ଦିଆଯାଉଛି। ସଜା କାଟି କଏଦୀମାନେ ଆମ ପାଖକୁ ଫେରିବା ପରେ ସେମାନେ କଳଙ୍କ ମୁକ୍ତ ହୋଇଥାନ୍ତି। ସେମାନଙ୍କୁ ନୂ୍ୟନ ଦୃଷ୍ଟିରେ ଦେଖିଲେ ସେମାନେ ପୂର୍ବାପେକ୍ଷା ଅଧିକ ହିଂସ୍ର ହୋଇଯାଆନ୍ତି। ଏହା ବ୍ୟତୀତ ପରିବାରର ସଦସ୍ୟମାନେ ସେମାନଙ୍କୁ ଆପଣେଇ ନେବା ସଙ୍ଗେ ସଙ୍ଗେ ସରକାର ସେମାନଙ୍କୁ ସ୍ବାବଲମ୍ବୀ କରିବାର ବ୍ୟବସ୍ଥା କଲେ ସେମାନେ ପରବର୍ତ୍ତୀ ଜୀବନ ସୁଖ, ଶାନ୍ତି ଓ ଶୃଙ୍ଖଳାରେ କଟାଇବେ। କେନ୍ଦ୍ର ଓ ରାଜ୍ୟ ସରକାରମାନେ ସମ୍ପୂର୍ଣ୍ଣ ନିଶା ନିବାରଣ କରାଇବା ସହିତ ଚାକିରି ନ ପାଇ ବେକାର ହୋଇ ବୁଲୁଥିବା ଓ ମାନସିକ ଚାପରେ ଥିବା ଲକ୍ଷ ଲକ୍ଷ ଉଚ୍ଚ ଶିକ୍ଷିତଙ୍କୁ ନିଯୁକ୍ତି ପ୍ରଦାନ ଅବା ସ୍ବାବଲମ୍ବୀ କରାଇଲେ ଅପରାଧ ଅନେକ ପରିମାଣରେ ହ୍ରାସ ପାଇବ। ମଦ ଯଦି ବନ୍ଦ ହୋଇଯାଏ ତେବେ ଅଧେ ଜେଲ ବନ୍ଦ ହୋଇଯିବ। ବିଚାର ପ୍ରକ୍ରିୟାରେ ମାମଲା ଲକ୍ଷ ଲକ୍ଷ ସଂଖ୍ୟାରେ ହ୍ରାସ ପାଇବ।
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ:୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri