Categories: ଜାତୀୟ

ପାରିବାରିକ ଉତ୍ସବରେ ଯୋଗ ଦେଇ ପାରିବେ କଏଦୀ, ହାଇକୋର୍ଟ…

ଚଣ୍ଡିଗଡ଼,୩୧।୧୦: ଦୋଷୀ ସାବ୍ୟସ୍ତ ହୋଇ ଜେଲରେ କାରାଦଣ୍ଡାଦେଶ ଭୋଗୁଥିବା କଏଦୀ ଗୁରୁତ୍ୱପୂର୍ଣ୍ଣ ପାରିବାରିକ ଉତ୍ସବରେ ଯୋଗ ଦେଇପାରିବେ। ସେମାନଙ୍କୁ ଏଥିରୁ ବଞ୍ଚିତ କରିହେବ ନାହିଁ ବୋଲି ପଞ୍ଜାବ ହରିୟାଣା ହାଇକୋର୍ଟଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି।

ପାରିବାରିକ ବିବାହ ଉତ୍ସବରେ ଯୋଗଦେବା ପାଇଁ ପାରୋଲ ମଞ୍ଜୁର କରିବାକୁ ଚାହୁଁଥିବା ଜଣେ କଏଦୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନର ବିଚାର କରି ବିଚାରପତି ଅନୁପ ଚିତ୍କାରାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏଭଳି କହିିଛନ୍ତି। ଯଦିଓ ଆବେଦନକାରୀ ପାରୋଲ ନିୟମ ଅନୁଯାୟୀ ପାରୋଲ ପାଇବାକୁ ହକଦାର ନୁହଁନ୍ତି।

ଭାରତୀୟ ସାମ୍ବିଧାନିକ ଧାରା ୨୧ ଅନୁସାରେ ଯଦି ପରିବେଶ ଏବଂ ପରିସ୍ଥିତି ଏପରି ପାରୋଲକୁ ଯଥାର୍ଥ ବୋଲି ମନେ କରାଯାଏ ତେବେ ଏପରି ପ୍ରତିବନ୍ଧକକୁ ହଟାଯାଇ ପାରିବ ବୋଲି ଖଣ୍ଡପୀଠ କହିଛନ୍ତି। କଏଦୀ ଆଇପିସିର ଧାରା ୩୯୨, ୩୯୭, ୩୦୨ ଏବଂ ୧୨୦-ଖ ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହା ସହିତ ତାଙ୍କ ବିରୋଧରେ ଆର୍ମସ ଆକ୍ଟ ଅନ୍ତର୍ଗତ ଧାରା ୨୫, ୫୪ ଏବଂ ୫୯ ଅନ୍ତର୍ଗତ ଅଭିଯୋଗ ଥିଲା।

କଏଦୀ ଜଣକ ସମ୍ପୃକ୍ତ ଜେଲ ଅଧୀକ୍ଷକଙ୍କୁ ଏନେଇ ଲିଖିତ ଅନୁରୋଧ ପରେ କୌଣସି ପ୍ରତିକ୍ରିୟା ନ ମିଳିବାରୁ ପାରୋଲ ଲାଗି ଆବେଦନ ହାଇକୋର୍ଟରେ ଆବେଦନ କରିଥିଲେ। ସେ କହିଛନ୍ତି ଯେ ବରଙ୍କର ଜଣେ ମାତ୍ର ମାମୁ। ହିନ୍ଦୁ ରୀତିନୀତି ଅନୁଯାୟୀ ଧାର୍ମିକ ଭୂମିକା ତୁଲାଇବା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହାର ବିଚାର କରି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଉପରୋକ୍ତ ସୂଚନା ଅନୁଯାୟୀ, ଆବେଦନକୁ ଅନୁମତି ଦିଆଯାଇଛି ଏବଂ ଆବେଦନକାରୀଙ୍କୁ ୧୪ ଦିନ ପାଇଁ ପାରୋଲରେ ମୁକ୍ତ କରାଯିବ। ସମ୍ପୃକ୍ତ ଅଧିକାରୀଙ୍କ ସନ୍ତୁଷ୍ଟତା ପାଇଁ ଆବଶ୍ୟକ ରିକ୍ୟୁସାଇଟ୍‌ ବଣ୍ଡ୍‌ ମଧ୍ୟ ପ୍ରଦାନ କରାଯିବ।”

ତେବେ କୋର୍ଟ ଆହୁରି କହିଛନ୍ତି, ପାରୋଲ ସର୍ତ୍ତ ଅନୁଯାୟୀ ଆବେଦନକାରୀଙ୍କ ପାଖରେ ଥିବା ସମସ୍ତ ଅସ୍ତ୍ରଶସ୍ତ୍ର, ବନ୍ଧୁକ ଆଦି ଲାଇସେନ୍ସ ସହିତ ସମର୍ପଣ କରିବେ ଏବଂ କୌଣସି ଅପରାଧର ପୁନରାବୃତ୍ତି କରିବେ ନାହିଁ। ସେହି ଅନୁଯାୟୀ, ଆବେଦନକୁ ଅନୁମତି ଦିଆଯାଇଥିବା କୋର୍ଟ ସୂଚିତ କରିଛନ୍ତି।

Share