କାରାଗାର କର୍ମଚାରୀଙ୍କ ଅନଶନ: ଜଣେ ଗୁରୁତର

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ) : କାରାଗାର କର୍ମଚାରୀମାନଙ୍କ ଆମରଣ ଅନଶନ ବୁଧବାର ତୃତୀୟ ଦିନରେ ପହଞ୍ଚିଛି। ଗ୍ରେଡ ପେ’ ୧୯୦୦ରୁ ୨୦୦୦ଟଙ୍କା ଏବଂ ମୁଖ୍ୟ କାରାଗାର କର୍ମଚାରୀଙ୍କ ଗ୍ରେଡ ପେ’ ୨୦୦୦ଟଙ୍କାରୁ ୨୪୦୦ ଟଙ୍କାକୁ ବୃଦ୍ଧି କରିବା, ପୁରୁଣା ପଦୋନ୍ନତି ନିୟମ-୨୦୧୨କୁ ଲାଗୁ କରିବା, ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ କରିବା, ଖାଦ୍ୟ ଭତ୍ତା ୪୦୦ରୁ ୧୪୦୦ ଟଙ୍କାକୁ ବୃଦ୍ଧି ଏବଂ ୧୩ ମାସିଆ ଦରମା ବୃଦ୍ଧି ଆଦି ୫ଦଫା ଦାବି ନେଇ ବ୍ରହ୍ମପୁର ମଣ୍ଡଳ କାରାଗାରର କାରାରକ୍ଷୀମାନେ ଗତ ୨୫ତାରିଖ ଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଅନଶନର ତୃତୀୟ ଦିନରେ ଗୋପୀନାଥ ଜେନା ନାମକ ଜଣେ କର୍ମଚାରୀ ଗୁରୁତର ହୋଇପଡିଥିଲେ। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ମେଡିକାଲ ପକ୍ଷରୁ କୁହାଯାଇଛି।

Share