Categories: ଜାତୀୟ

ଜେଲରେ ଜୀବନସାଥୀଙ୍କ ସହ ସମୟ ବିତାଇପାରିବେ କଏଦୀ, ଦିଲ୍ଲୀ ସରକାର ଆଣିପାରନ୍ତି ପ୍ରସ୍ତାବ

ନୂଆଦିଲ୍ଲୀ,୧୪।୧୦: ନିକଟରେ ଦିଲ୍ଲୀ ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି, ଜେଲର ମହାନିର୍ଦ୍ଦେଶକ (ଡିଜି) କଏଦୀଙ୍କ ବୈବାହିକ ପରିଦର୍ଶନ ଅଧିକାର ସମ୍ପର୍କରେ ଗୃହ ବିଭାଗକୁ ଏକ ପ୍ରସ୍ତାବ ପଠାଇଛନ୍ତି। ଜେଲ ପରିପ୍ରେକ୍ଷୀରେ, ବୈବାହିକ ପରିଦର୍ଶନର ଅର୍ଥ ହେଉଛି ଜଣେ କଏଦୀଙ୍କୁ ତାଙ୍କ ଜୀବନସାଥୀ ସହିତ ଏକାକୀ ସମୟ ବିତାଇବାକୁ ଅନୁମତି ଦେବା ସହ ଶାରୀରିକ ସମ୍ପର୍କ ଏବଂ ପ୍ରସବ ପାଇଁ ଅନୁମତି ଦେଇଥାଏ।

ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ ସଞ୍ଜୀବ ନରୁଲାଙ୍କ ବେଞ୍ଚ କହିଛନ୍ତି, ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବା ପୂର୍ବରୁ ଗୃହ ମନ୍ତ୍ରଣାଳୟକୁ ଏନେଇ ପ୍ରସ୍ତାବ ପଠାଯିବ। ଏଥିପାଇଁ ସରକାର ୬ସପ୍ତାହ ସମୟ ମାଗିଛନ୍ତି।
ସୂଚନାଯୋଗ୍ୟ, କଏଦୀ ତାଙ୍କ ସ୍ବାମୀ କିମ୍ବା ସ୍ତ୍ରୀଙ୍କ ବୈବାହିକ ମୌଳିକ ଅଧିକାର ଭାବରେ ଜେଲରେ ବୈବାହିକ ସମ୍ପର୍କ ରଖିବା ନେଇ ୨୦୧୯ରେ ଆଇନଜୀବୀ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଅମିତ ସାହନିଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିଶନର ଶୁଣାଣି ସମୟରେ ଏହି ଯୁକ୍ତି କରାଯାଇଥିଲା।

Share