Posted inଖେଳ

ପୃଥ୍ୱୀ ଶ’ଙ୍କ ଦମଦାର କମବ୍ୟାକ୍: ଆହତରୁ ଫେରି ଖେଳିଲେ ଶତକୀୟ ଇନିଂସ

ନୂଆଦିଲ୍ଲୀ,୯/୨: ଭାରତୀୟ କ୍ରିକେଟ୍ ଦଳର ଓପନର୍ ପୃଥ୍ୱୀ ଶ’ ଦୀର୍ଘଦିନ ପରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଘାତ ହେତୁ ୬ ମାସ କ୍ରିକେଟ୍ ଠାରୁ ଦୂରରେ ରହିଥିବା ଏହି ଡାହାଣହାତୀ ଓପନିଂ ବ୍ୟାଟ୍ସମ୍ୟାନ୍ ରଣଜୀ ଟ୍ରଫି ମାଧ୍ୟମରେ କ୍ରିକେଟକୁ ଫେରିଛନ୍ତି। ପୃଥ୍ୱୀ ରଣଜୀ ଟ୍ରଫି ୨୦୨୪ ରେ ମୁମ୍ବାଇ ପାଇଁ ଖେଳୁଛନ୍ତି। ଅବଶ୍ୟ ପ୍ରୀତି ବେଙ୍ଗଲ ବିପକ୍ଷରେ ୩୫ ରନ୍ ସ୍କୋର କରିଥିଲେ କିନ୍ତୁ ଛତିଶଗଡ ବିପକ୍ଷରେ ସେ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ପୃଥ୍ୱୀଙ୍କ ଶତକ ବଳରେ ମୁମ୍ବାଇ ଛତିଶଗଡ ବିପକ୍ଷରେ ଭଲ ଆରମ୍ଭ କରିଛି।

୨୪ ବର୍ଷୀୟ ପୃଥ୍ୱୀ ଶାହିଦ୍ ଭୀର ନାରାୟଣ ସିଂ ଷ୍ଟାଡିୟମରେ ରଣଜୀ ଟ୍ରଫି ୨୦୨୪ ଅଧୀନରେ ଖେଳାଯାଉଥିବା ମୁମ୍ବାଇ ବନାମ ଛତିଶଗଡ ମ୍ୟାଚରେ ୧୦୨ ବଲରେ ଶତକ ପୂରଣ କରିଥିଲେ। ସେ ୧୩ ଚୌକା ଓ ୨ ଛକା ମାରିଥିଲେ। ୮୦ ଇନିଂସରେ ଏହା ପୃଥ୍ୱୀ ତାଙ୍କର୧୩ ତମ ପ୍ରଥମ ଶ୍ରେଣୀ ଶତକ। ସେ ୪୩ ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଖବର ଲେଖାହେଲା ବେଳକୁ ୧୮୩ ବଲରେ ପୃଥ୍ୱୀ ୧୫୮ ରନ୍ କରି ଅପରାଜିତ ରହିଛନ୍ତି। ପ୍ରଥମ ଇନିଂସରେ ମୁମ୍ବାଇ କୌଣସି ୱିକେଟ୍ ନ ହରାଇ ୬୦ଓଭରରେ ୨୪୨ ରନ୍ ସଂଗ୍ରହ କରିଛି।

ଗତ ବର୍ଷ ଅଗଷ୍ଟରେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍ ଖେଳିବାବେଳେ ପୃଥ୍ୱୀ ଶ’ ଆହତ ହୋଇଥିଲେ। ନର୍ଥମ୍ପଟାୟଶାୟାର ବିପକ୍ଷରେ ରୟାଲ ଲଣ୍ଡନ ୱାନ ଡେ କପରେ ସେ ଏହି ଆଘାତ ପାଇଥିଲେ। ଏହା ପରେ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିଲା। ୨୦୧୮ ରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିବା ପୃଥ୍ୱୀ ୫ ଟି ଟେଷ୍ଟ, ୬ ଟି ଦିନିକିଆ ଏବଂ ଗୋଟିଏ ଅନ୍ତର୍ଜାତୀୟ ଟି -୨୦ ମ୍ୟାଚ୍ ମ୍ୟାଚ୍ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

WPL: ଦିଲ୍ଲୀ-ମୁମ୍ବାଇ ଫାଇନାଲ

ମୁମ୍ବାଇ,୧୩ା୩: ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓମେନ (ଏମଆଇଡବ୍ଲ୍ୟୁ) ୪୭ ରନରେ ଗୁଜରାଟ ଜାଏଣ୍ଟ୍ସ ଓମେନ (ଜିଜିଡବ୍ଲ୍ୟୁ)କୁ ପରାସ୍ତ...

ରୋହିତଙ୍କ ଅବସର ସମ୍ପର୍କରେ ଏଭଳି କହିଲେ ଡି’ ଭିଲିୟସ

ନୂଆଦିଲ୍ଲୀ,୧୩ା୩: ଦକ୍ଷିଣ ଆଫ୍ରିକାର ମହାନ୍‌ ବ୍ୟାଟର ଏବି ଡି’ ଭିଲିୟର୍ସଙ୍କ ମତରେ ରୋହିତ ଶର୍ମାଙ୍କ ପାଖରେ ଅବସର ନେବା ଲାଗି କିଛି କାରଣ ନାହିଁ। ଏଥିସହିତ...

ନ୍ୟାଶ୍‌ନାଲ ଟି୨୦ ଚାମ୍ପିୟନଶିପ୍‌ରୁ ଓହରିଲେ ବାବର

କରାଚୀ,୧୩।୩: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ଲାଗି ଘୋଷିତ ପାକିସ୍ତାନ ଦଳରୁ ବାଦ୍‌ ପଡ଼ିଥିବା ପୂର୍ବତନ ଅଧିନାୟକ ବାବର ଆଜମ ନ୍ୟାଶନାଲ ଟି୨୦ ଚାମ୍ପିୟନଶିପରୁ ଓହରିବାକୁ...

IPL 2025: DCର ଅଧିନାୟକତ୍ୱ ବିତର୍କ ମଧ୍ୟରେ ବଡ଼ ବୟାନ ହେଲେ KL Rahul

ନୂଆଦିଲ୍ଲୀ,୧୩।୩: କେଏଲ ରାହୁଲ ଆଇପିଏଲର ଆଗାମୀ ୧୮ତମ ସିଜିନରେ ତାଙ୍କର ପଞ୍ଚମ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିବାକୁ ପ୍ରସ୍ତୁତ। ୧୩୨ ଆଇପିଏଲ ମ୍ୟାଚ ଏବଂ...

ଜାତୀୟ ମାଷ୍ଟର ଗେମ୍ସ, ବିଦ୍ୟାଧରଙ୍କୁ ମିଳିଲା ସ୍ବର୍ଣ୍ଣ

ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ): ସପ୍ତମ ଜାତୀୟ ମାଷ୍ଟର ଗେମ୍ସ ପ୍ରତିଯୋଗିତାରେ ବରଗଡ଼ ଜିଲା ଅତାବିରା ବ୍ଲକ ଅଧୀନ କାଦୋବାହାଲ ଗ୍ରାମର ବିଦ୍ୟାଧର ସାହୁ କ୍ରୀଡ଼ାରେ ରେକର୍ଡ ସୃଷ୍ଟି...

କଠୋର ହେଲା BCCI: ଆଇପିଏଲରୁ ଇଂଲଣ୍ଡର ଶକ୍ତିଶାଳୀ ଖେଳାଳିଙ୍କୁ ୨ବର୍ଷ ପାଇଁ କରାଗଲା ବାସନ୍ଦ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୩।୩: ଇଂଲଣ୍ଡ ଖେଳାଳି ହ୍ୟାରି ବ୍ରୁକଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରାଯାଇଛି। ବ୍ରୁକ ଏବେ ତାଙ୍କର ଦୁଇ ବର୍ଷର ବାସନ୍ଦ ସମାପ୍ତ କରିବା ପରେ...

ଇଂଲଣ୍ଡକୁ ଲାଗିଲା ବଡ଼ ଝଟକା, ଆଘାତ ଯୋଗୁଁ ୪ ମାସ ପାଇଁ ଖେଳି ପାରିବେନି ଦ୍ରୁତ ବୋଲର

ନୂଆଦିଲ୍ଲୀ,୧୩।୩: ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ ଚାରି ମାସ ଧରି କ୍ରିକେଟରୁ ଦୂରରେ ଅଛନ୍ତି। ଉଡଙ୍କ ବାମ ଆଣ୍ଠୁ ଲିଗାମେଣ୍ଟରେ ଅସ୍ତ୍ରୋପଚାର କରାଯାଇଥିଲା। ଇଂଲଣ୍ଡ...

ପୁଣି ଏକାଠି ହେଲେ ଏମଏସ ଧୋନି, ଗୌତମ ଗମ୍ଭୀର; ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ,୧୩ା୩: ଭାରତର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପୂର୍ବତନ ସାଥୀ ଏମଏସ ଧୋନିଙ୍କ ସହିତ ଏକ ବିରଳ ପୁନର୍ମିଳନ ହୋଇଛି। ଉଭୟ ମସୁରୀରେ ୱିକେଟକିପର-ବ୍ୟାଟର ରିଷଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image