Categories: ଖେଳ

କାଉଣ୍ଟି ଖେଳିବେ ପୃଥ୍ବୀ ଶ’

ନୂଆଦିଲ୍ଲୀ,୩୧।୭: ଦୀର୍ଘ ଦିନ ଧରି ଦଳକୁ ଫେରିବାକୁ ଚେଷ୍ଟା କରୁଥିବା ଭାରତୀୟ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କୁ ଏବେ କାଉଣ୍ଟି ଚାମ୍ପିଅନଶିପରେ ଖେଳୁଥିବା ଦେଖିବାକୁ ମିଳିବ। ଶ’ ଅଗଷ୍ଟ ରେ କାଉଣ୍ଟି କ୍ରିକେଟରେ ଡେବ୍ୟୁ କରିବେ। ନର୍ଥମ୍ପଟସାୟର କାଉଣ୍ଟି କ୍ରିକେଟ କ୍ଲବ (ଏନସିସିସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ରାଇ ପେନ ଏହି ସୂଚନା ଦେଇଛନ୍ତି। ୪ ଅଗଷ୍ଟରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ଟୁର୍ନାମେଣ୍ଟରେ ଖେଳିବେ ପୃଥ୍ବୀ ଶ’। ସେ ଭାରତ ପକ୍ଷରୁ ୪ଟି ଟେଷ୍ଟ, ୬ଟି ଦିନିକିଆ ଏବଂ ଗୋଟିଏ ଟି-୨୦ ମ୍ୟାଚ ଖେଳିଛନ୍ତି।

Share