Categories: ଖେଳ

ଘର କିଣିଲେ ପୃଥ୍ବୀ ଶ’, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ରେ ଜବରଦସ୍ତ ପ୍ରଦର୍ଶନ କରୁଥିବା ଯୁବ କ୍ରିକେଟର ପୃଥ୍ବୀ ଶ’ ନିଜର ଘର କିଣିଛନ୍ତି। ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲସ ପକ୍ଷରୁ ଖେଳୁ ଥିବା ଏହି ୨୨ ବର୍ଷୀୟ କ୍ରିକେଟର ୧୦.୫ କୋଟି ଟଙ୍କା ଦେଇ ଏହି ଘର କିଣିଛନ୍ତି। ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ସେ ଉକ୍ତ ଘର କିଣିଛନ୍ତି।

ପୃଥ୍ବୀଙ୍କୁ ଦିଲ୍ଲୀ ଟିମ ପକ୍ଷରୁ ତାଙ୍କୁ ପ୍ରତି ସିଜିନରେ ୭.୫୦ କୋଟି ଟଙ୍କା ମିଳୁଛି। ୨୦୧୮ ମସିହା ଅଣ୍ଡର-୧୯ ବିଶ୍ୱକପରେ ତାଙ୍କ ନେତୃତ୍ୱରେ ଟିମ ବିଶ୍ୱକପ ଜିତିଥିଲା। ଯାହା ପରେ ତାଙ୍କ ଲୋକ ପ୍ରିୟତା ବଢିଛି । ତାଙ୍କୁ ଭାରତୀୟ ଟେଷ୍ଟ ଟିମରେ ମଧ୍ୟ ସାମିଲ କରାଯାଇଥିଲା। ଆଇପିଏଲର ଚଳିତ ସିଜିନରେ ସେ ୯ଟି ମ୍ୟାଚ ଖେଳି ୨୫୯ ରନ କରିଛନ୍ତି।

Share