Categories: ଖେଳ

ପୃଥ୍ବୀ ଶ ଦେବେ ମ୍ୟାଚ ଫି’ର ୨୫ ପ୍ରତିଶତ ଜରିମାନା

ନୂଆଦିଲ୍ଲୀ,୨।୫: ରବିବାର ପ୍ରଥମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଥିଲା। ଏଥିରେ ପରାଜୟର ସମ୍ମୁଖୀନ ହୋଇଛି ଦିଲ୍ଲୀ। ଅନ୍ୟପକ୍ଷେ ଦିଲ୍ଲୀ କ୍ୟାପିଟାଲ ଚଳିତ ଆଇପିଏଲ୍‌ ସିଜନରେ ୯ଟି ମ୍ୟାଚ ଖେଳି ୪ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏଥିସହ ଦିଲ୍ଲୀ ପଏଣ୍ଟ ଟେବୁଲ ତାଲିକାରେ ୬ନମ୍ବର ସ୍ଥାନରେ ରହିଛି।

ଦଳ ସଂଘର୍ଷ କରୁଥିବା ବେଳେ ବ୍ୟାଟର ପୃଥ୍ବୀ ଶଙ୍କୁ ଆଚାର ସଂହିତା ଉଲ୍ଲଂଘନ ମାମଲାରେ ଆଇପିଏଲ୍‌ ଦଣ୍ଡିତ କରିଛି। ତାଙ୍କ ମ୍ୟାଚ ଫି’ର ୨୫ ପ୍ରତିଶତ ଜରିମାନା ଦେବାକୁ ଆଇପିଏଲ୍‌ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଆଇସିସିର ସୂଚନା ମୁତାବକ, ପୃଥ୍ବୀ ଆଇପିଏଲ୍‌ ଆଚାର ସଂହିତାର ଅନୁଚ୍ଛେଦ ୨.୨ ଉଲ୍ଲଂଘନ କରି ଦୋଷ ସ୍ବୀକାର କରିଛନ୍ତି। ଅମ୍ପାୟରଙ୍କ ବିରୋଧରେ କିଛି କହିବା କିମ୍ବା ଇସାରା କରିବା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ।

Share