କଲମ୍ବୋ,୨୫।୭: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ରେ ଭାରତ ପାଇଁ ପଦାର୍ପଣ କରିଛନ୍ତି ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’। କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ରେ ଖାତା ଖୋଲିବା ଦୂରର କଥା ପ୍ରଥମ ବଲରେ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଛନ୍ତି। ମ୍ୟାଚ୍ରେ ଶ୍ରୀଲଙ୍କା ପାଇଁ ବୋଲିଂ ଆରମ୍ଭ କରିଥିଲେ ଦୁଶମନ୍ଥା ଚମିରା। ଷ୍ଟ୍ରାଇକରେ ଥିବା ପୃଥ୍ବୀଙ୍କୁ ଅଫ୍ ଷ୍ଟମ୍ପର ସାମାନ୍ୟ ବାହାରେ ବଲ ପକାଇଥିଲେ। ବଲଟି ବିଳମ୍ବରେ ସୁଇଙ୍ଗ କରିଥିଲା, ଯାହାକୁ ବୁଝି ନ ପାରି କଭର ଡ୍ରାଇଭ ଖେଳିବାକୁ ଉଦ୍ୟମ କରିଥିଲେ ପୃଥ୍ବୀ। ବଲ ତାଙ୍କ ବ୍ୟାଟ୍ର ଏଜ ନେଇ ଉଇକେଟକିପର ମିନୋଦ ଭାନୁକାଙ୍କ ହାତକୁ ଚାଲି ଯାଇଥିଲା।