Categories: ଖେଳ

ଯେଉଁମାନେ ମୋତେ ଜାଣି ନାହାନ୍ତି, ସେମାନେ ହିଁ ମୋ’ ବିଷୟରେ ଅନେକ କିଛି କହୁଛନ୍ତି: ପୃଥ୍ବୀ ଶ’

ନୂଆଦିଲ୍ଲୀ,୧୨।୧: ରଣଜୀ ଟ୍ରଫିରେ ଉଲ୍ଲେଖନୀୟ ପ୍ରଦର୍ଶନ ସତ୍ତ୍ୱେ ଜାତୀୟ ଦଳରେ ସ୍ଥାନ ପାଇବାକୁ ସଂଘର୍ଷ କରୁଛନ୍ତି ୨୩ ବର୍ଷୀୟ ପୃଥ୍ବୀ ଶ’। ବୁଧବାର ସେ ମୁମ୍ବାଇ ପକ୍ଷରୁ ୩୭୯ରନ୍‌ର ଇନିଂସ ଖେଳି ସର୍ବାଧିକ ରନ୍‌ କରିଥିବା ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ଏହାପରେ ସେ ତାଙ୍କର ସମାଲୋଚକମାନଙ୍କୁ ଜବାବ ଦେଇଛନ୍ତି।

ଗୋଟିଏ ପଟେ ପୃଥ୍ବୀ ଖେଳାଳି ଭାବେ ନିଜକୁ ପ୍ରମାଣିତ କରି ଆସୁଥିବା ବେଳେ ସେ ଷ୍ଟାରଡମ୍‌କୁ ସହ୍ୟ କରିପାରୁ ନ ଥିବା କୁହାଯାଉଛି। ଏହାକୁ ନେଇ ତାଙ୍କର ଭାରତୀୟ ଟିମ୍‌ରେ ସ୍ଥାନ ପାଇବାକୁ ସଂଘର୍ଷ ଜାରି ରହିଛି। ଏହାକୁ ନେଇ ଏକ ସାକ୍ଷାତକାରରେ ପୃଥ୍ବୀ କହିଛନ୍ତି, କେହି ବି ମୋ ସହ ସିଧାସିଧା କଥା ହୋଇନାହାନ୍ତି। କିଛି ଲୋକ ମୋ ବିଷୟରେ ସେତିକି କହିଛନ୍ତି ଯେତିକି ତାଙ୍କୁ ଲାଗିଛି। ମୁଁ ସେକଥା ଉପରେ ଧ୍ୟାନ ଦିଏନାହିଁ। ମୁ ନିଜ କାମ କରୁଛି। ମୋତେ ଜାଣି ନ ଥିବା ଲୋକେ ମୋ ବିଷୟରେ ଅନେକ କିଛି କହୁଛନ୍ତି। ଯେବେ ସେଭଳି କିଛି କମେଣ୍ଟ ଦେଖିଥାଏ ତାକୁ ଅଣଦେଖା କରିଦେଇଥାଏ। ଖେଳାଳି ଭାବେ ନିଜ ଭିତରେ ସୁଧାର କରିବାକୁ ଚେଷ୍ଟା କରିଥାଏ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ୨୦୨୧ରେ ଭାରତ ପକ୍ଷରୁ ଅନ୍ତିମ ମ୍ୟାଚ୍‌ ଖେଳିଥିଲେ ପୃଥ୍ବୀ। ଏବେ ସେ ଦଳକୁ ପୁନଃ ଫେରିବାକୁ ଅପେକ୍ଷା କରି ରହିଛନ୍ତି।

Share