Categories: ଖେଳ

ଇତିହାସ ରଚିଲେ ପୃଥ୍ବୀ ଶ’

ମୁମ୍ବାଇ,୧୧।୧: ଭାରତୀୟ କ୍ରିକେଟର୍‌ ପୃଥ୍ବୀ ଶ’ ଯଦିଓ ଅନ୍ତର୍ଜାତୀୟ କ୍ରିକେଟଠାରୁ ଦୂରରେ ଅଛନ୍ତି, କିନ୍ତୁ ଘରୋଇ କ୍ରିକେଟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ରଣଜୀ ଟ୍ରଫି ୨୦୨୨-୨୩ରେ ଆସାମ ବିପକ୍ଷ ମ୍ୟାଚରେ ତ୍ରିଶତକ ହାସଲ କରି ଶ’ ଇତିହାସ ରଚିଛନ୍ତି। ସେ ମାତ୍ର ୩୨୬ ବଲ୍‌ରେ ଏହି ତ୍ରିଶତକ ହାସଲ କରିଛନ୍ତି। କେବଳ ଏତିକି ନୁହେଁ, ଶ’ ୩୭୭ ରନ ଛୁଇଁବା ମାତ୍ରେ ରଣଜୀ ଟ୍ରଫି ଇତିହାସରେ ମୁମ୍ବାଇ ପାଇଁ ସର୍ବଶ୍ରେଷ୍ଠ ଇନିଂସ ଖେଳିଛନ୍ତି। ଏହା ସହିତ ଶ’ ମଧ୍ୟ ଏକମାତ୍ର ଭାରତୀୟ ଖେଳାଳି ଭାବେ ରଣଜୀ ଟ୍ରଫିରେ ତ୍ରିଶତକ, ବିଜୟ ହଜାରେ ଟ୍ରଫିରେ ଦ୍ୱିଶତକ ଏବଂ ସୟଦ ମୁସ୍ତାକ ଅଲି ଟ୍ରଫିରେ ଶତକ ହାସଲ କରିଛନ୍ତି।

ରଣଜୀ ଟ୍ରଫିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର:
୪୪୩ (ଅପରାଜିତ)- ବି.ବି ନିମ୍ବଲକର, ୧୯୪୮-୪୯
୩୭୯ – ପୃଥ୍ବୀ ଶ’, ୨୦୨୨-୨୩
୩୭୭ – ସଞ୍ଜୟ ମଞ୍ଜରେକର, ୧୯୯୦-୯୧
୩୬୬ – ଏମ୍‌ଭି ଶ୍ରୀଧର, ୧୯୯୩-୯୪
୩୫୯(ଅପରାଜିତ) – ବିଜୟ ମର୍ଚ୍ଚାଣ୍ଟ, ୧୯୪୩-୪୪

Share