Categories: ଖେଳ

ପୃଥ୍ବୀ ଶ’ଙ୍କୁ ଆକ୍ରମଣ ଘଟଣା: ସପ୍‌ନା ଗିଲ୍‌ଙ୍କୁ ଜାମିନ

ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ସହ ଝଗଡ଼ା ଅଭିଯୋଗରେ ଗିରଫ ହୋଇଥିବା ସୋସିଆଲ ମିଡିଆ ଇନ୍‌ପ୍ଲୁଏନ୍ସର ସପନା ଗିଲଙ୍କୁ ସୋମବାର ମୁମ୍ବାଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଗିଲଙ୍କ ସହ ଅନ୍ୟ ତିନିଜଣଙ୍କୁ ମଧ୍ୟ ଜାମିନ ମିଳିଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ପୃଥ୍ବୀ ଶ’ଙ୍କ ସହ ସେଲଫି ନେବା ନେଇ ସପନା ତାଙ୍କ ଜୋରଜବରଦସ୍ତି କରିଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ଶ’ଙ୍କ କାର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା।
ଏହି ମାମଲା ପରେ ମୁମ୍ବାଇ ପୋଲିସ ସପନା ଗିଲଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିଲା। ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଗିଲ, ତାଙ୍କ ବନ୍ଧୁ ଶୋବିତ ଠାକୁର ଏବଂ ଅନ୍ୟ ଦୁଇଜଣ ରୁଦ୍ର ସୋଲାଙ୍କି ଏବଂ ସାହିଲ ସିଂଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ଜେଲକୁ ପଠାଇ ଦିଆଯାଇଥିଲା। ନ୍ୟାୟିକ ହେପାଜତକୁ ପଠାଯିବା ପରେ ଅଭିଯୁକ୍ତମାନେ କୋର୍ଟରେ ଜାମିନ ଆବେଦନ କରିଥିଲେ।

Share