Categories: ଖେଳ

ପୃଥ୍ବୀ ଶ’ଙ୍କ ବିସ୍ଫୋରକ ବ୍ୟାଟିଂ: ରନ୍‌ର ସୁନାମୀ ଯୋଗୁ ଭାଙ୍ଗିଲେ ଏକାଧିକ ରେକର୍ଡ

ଜୟପୁର,୨୫।୨: ଏଠାରେ ଗୁରୁବାର ଖେଳାଯାଉଥିବା ବିଜୟ ହଜାରେ ଟ୍ରଫିରେ ପୁଡୁଚେରୀ ବିପକ୍ଷରେ ରେକର୍ଡ କରିଛନ୍ତି ମୁମ୍ବାଇ ଅଧିନାୟକ ପୃଥ୍ବୀ ଶ’। ସେ ୧୫୨ ବଲ୍‌ରେ ଅପରାଜିତ ୨୨୭ ରନ୍‌ ବିସ୍ଫୋରକ ପାଳି ଖେଳି ରନ୍‌ର ସୁନାମୀ ଆଣିଛନ୍ତି। ପୃଥ୍ବୀଙ୍କ ସହ ସୂର୍ଯ୍ୟକୁମାର ଯାଦବ(୧୩୩)ରନ୍‌ ଯୋଗୁ ମୁମ୍ବାଇ ଦଳ ୫୦ ଓଭରରେ ୪ ଉଇକେଟ ହରାଇ ୪୫୭ରନ୍‌ କରିବାରେ ସଫଳ ହୋଇଥିଲେ। ଏହି ମ୍ୟାଚ୍‌ରେ ଖେଳାଳିଙ୍କ ସହ ଦଳ ଏକାଧିକ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି।

ନିଜ ପାଳିରେ ପୃଥ୍ବୀ ୩୧ ଚଉକା ଏବଂ ୫ ଛକା ମାରିଥିଲେ। ଏଥିସହ ବିଜୟ ହଜାରେ ଟ୍ରଫି ଇତିହାସରେ ସବୁଠାରୁ ବଡ଼ ବ୍ୟକ୍ତିଗତ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ୍‌ ସେ ପାଲଟିଛନ୍ତି। ସେ ସଞ୍ଜୁ ସାମସନଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୦୧୯ରେ ଗୋଆ ବିପକ୍ଷରେ ୧୨୯ ରନ୍‌ରେ ୨୧୨ରନ୍‌ ସେ କରିଥିଲେ। ଲିଷ୍ଟ ଏ କ୍ରିକେଟରେରେ ସବୁଠାରୁ ଅଧିକ ବ୍ୟକ୍ତିଗତ ରନ୍‌ କରିଥିବା ଅଧିନାୟକ ପାଲଟିଛନ୍ତି ସେ। ଏହି ମାମଲାରେ ସେ ଗ୍ରିମ୍‌ ପୋଲକ୍‌(୨୨୨)ଙ୍କ ରେକର୍ଡ ଭାଙ୍ଗିଛନ୍ତି।

ସେହିଭଳି ମୁମ୍ବାଇ କ୍ରିକେଟ ଟିମ୍‌ ବିଜୟ ହଜାରେ ଟ୍ରଫି ଇତିହାସରେ ସବୁଠାରୁ ବଡ଼ ସ୍କୋର କରିଛନ୍ତି। ପୂର୍ବରୁ ଝାଡ଼ଖଣ୍ଡ ୫୦ ଓଭରରେ ୪୨୧ରନ୍‌ କରିଥିଲା। ହେଲେ ମୁମ୍ବାଇ ଟିମ୍‌ ୫୦ ଓଭରରେ ୪୫୭ରନ୍‌ କରି ଏହି ରେକର୍ଡ ଭାଙ୍ଗିଛି।

Share