Categories: ଖେଳ

ବଂଶୀ ବଜାଇଲେ ଧାଓ୍ବନ: ସ୍ବରର ତାଳେ ତାଳେ ଗୀତ ଗାଇଲେ ଶ’

କଲମ୍ବୋ,୧୬।୭: ଭାରତୀୟ ଓପନର୍‌ ଶିଖର ଧାଓ୍ବନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ତାଙ୍କ ପ୍ରଶଂସକଙ୍କ ସହ ଫଟୋ-ଭିଡିଓ ଶେୟାର କରନ୍ତି। ନିକଟରେ ସେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ବଂଶୀ ବଜାଉଥିବାର ନଜର ଆସିଛନ୍ତି। ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ତାଙ୍କ ପଛରେ ଠିଆ ହୋଇଛନ୍ତି ଏବଂ ସେ ବଂଶୀ ସ୍ବରରେ ଏକ ଗୀତ ଗାଉଛନ୍ତି। ଧାୱନ ଏବଂ ପୃଥ୍ବୀ ଦଳ ସହ ଶ୍ରୀଲଙ୍କା ଗସ୍ତରେ ଅଛନ୍ତ। ଏହି ଗସ୍ତରେ ଧାୱନ ଟିମ ଇଣ୍ଡିଆର ଦାୟିତ୍ୱ ତୁଲାଇଥିବାବେଳେ ରାହୁଲ ଦ୍ରାବିଡଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ୱ ଦିଆଯାଇଛି।
ଧାୱନ ଭିଡିଓର କ୍ୟାପସନରେ ଲେଖିଛନ୍ତି, ‘ଗୁରୁବାର ଟ୍ୟୁନ୍ସ, ଆମ ଘରର ସୁପରଷ୍ଟାର ଗାୟକ ପୃଥ୍ବୀ ଶ’। ସେ ପୃଥ୍ବୀଙ୍କୁ ମଧ୍ୟ ଟ୍ୟାଗ କରିଥିଲେ। ଏହି ଭିଡିଓରେ ପୃଥ୍ବୀ ‘ୟେ ଶ୍ୟାମ ମସ୍ତାନୀ, ମଦହୋଶ କିୟେ ଜାଏ ..’ ଗୀତ ଗାଉଥିବାବେଳେ ଶିଖର ମଧ୍ୟ ସମାନ ଧୁନ୍‌ରେ ବଂଶୀ ବଜାଉଛନ୍ତି।
ଜୁଲାଇ ୧୮ ରୁ ଆରମ୍ଭ ହେବାକୁ ଥିବା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଏବଂ ଟି -୨୦ ସିରିଜ ଖେଳାଯିବ। ଏହାପୂର୍ବରୁ ଏହି ସିରିଜ ଜୁଲାଇ ୧୪ରୁ ଆରମ୍ଭ ହେବାକୁ ଥିଲା, କିନ୍ତୁ ଶ୍ରୀଲଙ୍କା ଦଳରେ କରୋନା ରିପୋର୍ଟ ହେବା ପରେ ଏହାର ତାରିଖ ବୃଦ୍ଧି କରାଯାଇଥିଲା।

Share