Categories: ଖେଳ

୭୫୪ ରନ୍‌, ୪ ଶତକ: ବିଜୟ ହଜାରେ ଟ୍ରଫିରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୧।୩: ମୁମ୍ବାଇ କ୍ରିକେଟ ଟିମ୍‌ର ଅଧିନାୟକ ଏବଂ ଓପନର୍‌ ପୃଥ୍ବୀ ଶ ଗୁରୁବାର ଖେଳାଯାଇଥିବା ବିଜୟ ହଜାରେ ଟ୍ରଫି ସେମିଫାଇନାଲ ମୁକାବିଲାରେ କର୍ନାଟକ ବିପକ୍ଷରେ ଉଲ୍ଲେଖନୀୟ ପାଳି ଖେଳି ଏକାଧିକ ରେକର୍ଡ କରିଛନ୍ତି। ସେ ୧୨୨ ବଲ୍‌ରେ ୧୭ ଚୌକା ଏବଂ ୭ ଛକା ମାରି ୧୬୫ ରନ୍‌ କରିଥିଲେ। ଏଥିଯୋଗୁ ଦଳ ୪୯.୨ ସଭରରେ ୩୨୨ ରନ୍‌ କରିଥିଲା।

୨୧ ବର୍ଷୀୟ ଏହି କ୍ରିକେଟର ବିଜୟ ହଜାରେ ଟ୍ରଫିର ଗୋଟିଏ ଏଡିସନରେ ସବୁଠାରୁ ଅଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ସେ ଚଳିତ ମୁକାବିଲାରେ ମୋଟ ୭୫୪ ରନ୍‌ କରି ମୟଙ୍କ ଅଗ୍ରଓ୍ବାଲଙ୍କ ରେକର୍ଡ ଭାଙ୍ଗିଛନ୍ତି। ମୟଙ୍କ ୨୦୧୮ରେ ୭୨୩ ରନ୍‌ କରିଥିଲେ।

ଏହାଛଡ଼ା ପୃଥ୍ବୀ କୋହଲିଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। କୋହଲି ୨୦୦୮-୦୯ରେ ବିଜୟ ହଜାରେ ଟ୍ରଫିରେ ୪ ଶତକ ମାରିଥିଲେ।