ଲଣ୍ଡନ,୧୪।୮: ଯୁବ ଓପନର ପୃଥ୍ବୀ ଶ’ ଓ ମିଡ୍ଲ ଅର୍ଡର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଶନିବାର ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ବହୁ ପୂର୍ବରୁ ୟୁକେରେ ପହଞ୍ଚି ସାରିଥିବା ଦୁଇ ଖେଳାଳିଙ୍କ କ୍ୱାରେଣ୍ଟିନ ପିରିୟଡ୍ ଶେଷ ହୋଇଛି। ଏ ନେଇ ଦୁହିଁଙ୍କ ଫଟୋ ଶେୟାର କରି ସୂଚନା ଦେଇଛି ବିସିସିଆଇ।
ଦୁଇ ଖେଳାଳି କଲମ୍ବୋରୁ ଗତ ୩ ତାରିଖରେ ୟୁକେ ଅଭିମୁଖେ ଫ୍ଲାଇଟ୍ ନେଇଥିଲେ। ପହଞ୍ଚିବା ପରେ ଦୁହିଁଙ୍କୁ ୧୦ ଦିନିଆ କ୍ୱାରେଣ୍ଟିନରେ ରଖାଯାଇଥିଲା। ଆହତ ସମସ୍ୟା କାରଣରୁ ଚଳିତ ଇଂଲଣ୍ଡ ବିପକ୍ଷ ସିରିଜ୍ରୁ ଶୁବମାନ ଗିଲ, ଓ୍ବାଶିଂଟନ ସୁନ୍ଦର ଓ ଅଭେଶ ଖାଁ ବାଦ୍ ପଡ଼ିଥିଲେ। ଏମାନଙ୍କ ବଦଳ ଖେଳାଳି ଭାବେ ସୂର୍ଯ୍ୟ ଓ ପୃଥ୍ବୀଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି।