ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ବୀରାଜ’ ଟ୍ରେଲର୍‌ ରିଲିଜ୍‌

ବଲିଉଡ ଅଭିନେତା ଅକ୍ଷୟ କୁମାର ଆଜିକାଲି ୍‌ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ବୀରାଜ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପ୍ରଶଂସକ ମଧ୍ୟ ଏହି ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଆଜି ଫିଲ୍ମର ଧମାକାଦାର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଟ୍ରେଲର୍‌ରେ ଅକ୍ଷୟ କୁମାର ପୃଥ୍ବୀରାଜ ଚୌହାନଙ୍କ ଚରିତ୍ରରେ ଶକ୍ତିଶାଳୀ ଅଭିନୟ କରୁଥିବା ନଜର ଆସିଛନ୍ତି। ଫିଲ୍ମର ଟ୍ରେଲରରେ ଲୋକମାନେ ଅକ୍ଷୟ କୁମାରଙ୍କ ରାଜକୀୟ ଶୈଳୀକୁ ବହୁତ ପସନ୍ଦ କରିଛନ୍ତି। ପୂର୍ବତନ ମିସ ୱାଲର୍‌ଡ ମାନୁଷି ଚିଲର୍‌ ରାଜକୁମାରୀ ସାନୋଗିତାଙ୍କ ଭୂମିକାରେ ବହୁତ ଭଲ ଦେଖାଯାଉଛନ୍ତି। ଟ୍ରେଲରରେ ସ୍ପଷ୍ଟ ଦର୍ଶାଯାଇଛି ଯେ ଫିଲ୍ମର କାହାଣୀ ସମ୍ରାଟ ପୃଥ୍ବୀରାଜ ଚୌହାନ ଏବଂ ରାଜକୁମାରୀ ସାନୋଗିତାଙ୍କ ପ୍ରେମ କାହାଣୀ ଉପରେ ଆଧାରିତ। ଏହା ବ୍ୟତୀତ ଫିଲ୍ମର ଟ୍ରେଲରରେ ୧୧୯୧ ଏବଂ ୧୧୯୨ ମସିହାରେ ପୃଥ୍ବୀରାଜ ଚୌହାନ ଏବଂ ମହମ୍ମଦ ଘୋରୀଙ୍କ ମଧ୍ୟରେ ତରାଇନ ଯୁଦ୍ଧର ଝଲକ ଦେଖିବାକୁ ମିଳିଛି।
ଅକ୍ଷୟ କୁମାର ଏବଂ ମାନୁଷିଙ୍କ ବ୍ୟତୀତ ଅଭିନେତା ସୋନୁ ସୁଦ ଟ୍ରେଲରରେ କବି ଚନ୍ଦ୍ରଭାରଦାଇଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।

Share