ନୂଆଦିଲ୍ଲୀ,୩୧।୧୨ : ବିଚାରଧୀନ ମାମଲା ପ୍ରସଙ୍ଗରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ବ୍ୟକ୍ତିଗତ ସ୍ବତନ୍ତ୍ରତା ମାମଲାରେ ଅତ୍ୟାବଶ୍ୟକ ଭାବନା ସହିତ ନିଷ୍ପତ୍ତି ନେବା ଜରୁରୀ। ଦେଶରେ କୋର୍ଟ ପ୍ରାୟ ୧୪ ଲକ୍ଷ ମାମଲାର ବିଭିନ୍ନ ତଥ୍ୟ ଭିତ୍ତିକ କାଗଜ ପତ୍ର ଅଭାବରୁ ବିଚାର ନହୋଇ ପଡ଼ି ରହିଛି।
ସେହିପରି ଆଇନଜୀବୀଙ୍କ ଅଭାବ ଯୋଗୁ ୬୩ ଲକ୍ଷ ମାମଲାର ବିଚାର ନ ହୋଇ ପଡ଼ି ରହିଛି। ଦେଶର କୋର୍ଟ ଗୁଡ଼ିକ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କଲେ ବିଚାରଧୀନ ମାମଲାର ସଂଖ୍ୟା କମିବା ସହିତ ଲୋକଙ୍କୁ ଶୀଘ୍ର ଫଇସଲା ମିଳିବା ସହିତ ନ୍ୟାୟିକ ବ୍ୟବସ୍ଥା ଉପରେ ବିଶ୍ୱାସ ବୃଦ୍ଧି ପାଇବ।