Posted inଜାତୀୟ

ପ୍ରିଭେସି ପଲିସି ସ୍ଥଗିତ

ନୂଆଦିଲ୍ଲୀ,୧୦ା୭: କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ଡାଟା ସୁରକ୍ଷା ବିଲ୍‌ ଆଣି ଏହାକୁ କାର୍ଯ୍ୟକାରୀ ନ କରିବା ପର୍ଯ୍ୟନ୍ତ ହ୍ବାଟ୍ସଆପ୍‌ ନିଜ ନୂଆ ପ୍ରିଭେସି ପଲିସିକୁ ସ୍ଥଗିତ ରଖିଛି। ୟୁଜର୍ସଙ୍କୁ ନୂଆ ପ୍ରିଭେସି ପଲିସି ଆପଣାଇବା ପାଇଁ ଉକ୍ତ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ କମ୍ପାନୀ ବାଧ୍ୟ କରିବ ନାହିଁ। ପ୍ରିଭେସି ପଲିସି ଉପରେ ହ୍ବାଟ୍ସଆପ୍‌ ନିଜେ ରୋକ ଲଗାଇଛି। ପାର୍ଲାମେଣ୍ଟ ଏହାକୁ ଅନୁମତି ଦେବା ପରେ ଲାଗୁ କରାଯିବ ବୋଲି ଶୁକ୍ରବାର ହ୍ବାଟ୍ସଆପ୍‌ ଲିମିଟେଡ୍‌ ଲାୟାବିଲିଟି କମ୍ପାନୀ (ଏଲ୍‌ସିସି) ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଏହାର ତାତ୍ପର୍ଯ୍ୟ ହେଉଛି ହ୍ବାଟ୍ସଆପ୍‌କୁ ଏହାର ନିଜସ୍ବ ନୀତି ସହ ଅନୁମତି ମିଳିଲେ ଭାରତରେ କାମ କରିବ। ନଚେତ୍‌ ଦେଶରେ ବ୍ୟବସାୟ ବନ୍ଦ କରିଦେବ।
କେନ୍ଦ୍ର ସରକାର ହ୍ବାଟ୍ସଆପ୍‌ର ପ୍ରିଭେସି ପଲିସିକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କୁ କହିଥିଲେ, ଡାଟା ପ୍ରୋଟେକ୍ସନ ବିଲ୍‌ ନ ଆସିବା ପର୍ଯ୍ୟନ୍ତ ନୂଆ ପ୍ରିଭେସି ପଲିସି ଉପରେ ସମ୍ମତି ଦେବାକୁ ଏହି ସୋସିଆଲ ମେସେଜିଂ ପ୍ଲାଟ୍‌ଫର୍ମ ନିଜ ୟୁଜର୍ସମାନଙ୍କୁ ବାଧ୍ୟ କରୁଛି। କୌଶଳ କରି ସେମାନଙ୍କ କନ୍‌ସେଣ୍ଟ ନେଉଛି। ତେଣୁ ହ୍ବାଟ୍ସଆପ୍‌କୁ ଏହାର ନୂଆ ପ୍ରିଭେସି ପଲିସି ଓ ସେବା ସର୍ତ୍ତ କାର୍ଯ୍ୟକାରୀ କରିବାରୁ ନିବୃତ୍ତ କରାଯାଉ। ଇତିମଧ୍ୟରେ ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ପଲିସିକୁ ନେଇ କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ (ସିସିଆଇ)
ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଜୁନ୍‌ ୨୩ରେ ଉକ୍ତ ନିର୍ଦ୍ଦେଶ ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିବାକୁ ମନା କରିଦେବା ପରେ ଫେସ୍‌ବୁକ୍‌ ଓ ଏହାର ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ମୁଖ୍ୟ ବିଚାରପତି ଡି.ଏନ୍‌. ପଟେଲ ଏବଂ ଜଷ୍ଟିସ୍‌ ଜ୍ୟୋତି ସିଂଙ୍କ ଖଣ୍ଡପୀଠରେ ଶୁକ୍ରବାର ଉକ୍ତ ଆବେଦନର ଶୁଣାଣି ହୋଇଛି। ହ୍ବାଟ୍ସଆପ୍‌ ତରଫରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ହରିଶ୍‌ ସାଲ୍‌ଭେ କମ୍ପାନୀର ପକ୍ଷ ରଖି ସ୍ପଷ୍ଟ କରିଛନ୍ତି ଯେ, ଉକ୍ତ ନୀତି ଉପରେ ଆମେ ସ୍ବେଚ୍ଛାକୃତ ଭାବେ ରୋକ ଲଗାଇଛୁ। ଏହାକୁ ଗ୍ରହଣ କରିବା ପାଇଁ ଲୋକଙ୍କୁ ବାଧ୍ୟ କରିପାରିବୁ ନାହିଁ। ନୂଆ ପ୍ରିଭେସି ପଲିସି ଆପଣାଉ ନ ଥିବା ବ୍ୟବହାରକାରୀଙ୍କ କାର୍ଯ୍ୟକାରିତାକୁ ସୀମିତ କରାଯିବ ନାହିଁ। ଅର୍ଥାତ ୟୁଜର୍ସ ଯେଉଁ ସୁବିଧା ପାଉଥିଲେ ତାହା ଜାରି ରହିବ। ସାଲ୍‌ଭେଙ୍କ ଯୁକ୍ତିକୁ ନେଇ ଖଣ୍ଡପୀଠ କହିଥିଲେ, ପ୍ରିଭେସି ପଲିସିର କାର୍ଯ୍ୟକାରିତା ଉପରେ ରୋକ ଲଗାଇଲେ ବି ଏହା ଜାରି ରହିବ। ହ୍ବାଟ୍ସଆପ୍‌ ଏହାକୁ କାର୍ଯ୍ୟକାରୀ କରୁନାହିଁ, କିନ୍ତୁ ପଲିସି ଏହା ସହିତ ରହିବ। ଏହା କୌଣସି ଦିନ ଆସିପାରେ। ସାଲଭେ ଦୋହରାଇଥିଲେ, ଡାଟା ପ୍ରୋଟେକ୍ସନ ବିଲ୍‌ ନ ଆସିବା ଯାଏ କମ୍ପାନୀର ଆଭିମୁଖ୍ୟ ବଜାୟ ରହିବ। ପାର୍ଲାମେଣ୍ଟରେ ଏସମ୍ପର୍କିତ ଆଇନ ନ ଆସିବା ପର୍ଯ୍ୟନ୍ତ କିଛି କରାଯାଇପାରିବ ନାହିଁ। ସଂସଦ ଅନୁମତି ଦେଲେ ଏହାକୁ କାର୍ଯ୍ୟକାରୀ କରାଯିବ। ଅନୁମତି ନ ଦେଲେ ଦୁର୍ଭାଗ୍ୟ। ସାଲଭେ ଆହୁରି ଯୁକ୍ତି ବାଢ଼ିଥିଲେ ଯେ, ତଦନ୍ତ ଆରମ୍ଭ ହେବା ପରଠାରୁ ପ୍ରିଭେସି ପଲିସି ସାମୟିକ ଭାବେ ସ୍ଥଗିତ ରହିଛି। ହାଇକୋର୍ଟ କହିଥିଲେ, ହ୍ବାଟ୍ସଆପ୍‌ର ପ୍ରିଭେସି ପଲିସି ୟୁରୋପ ପାଇଁ ଅଲଗା ଓ ଭାରତ ଲାଗି ଭିନ୍ନ ଥିବା ଅଭିଯୋଗ ହେଉଛି। ଏହି ପ୍ରଶ୍ନ ହ୍ବାଟ୍ସଆପ୍‌କୁ କରାଯାଉଛି। କିନ୍ତୁ କମ୍ପାନୀ କେଉଁଠି ହେଲେ ଏହାର ଉତ୍ତର ରଖିଛି କି? ଏହି ପିଟିଶନରେ ମଧ୍ୟ କେଉଁଠି ଏନେଇ ଉଲ୍ଲେଖ କରାଯାଇ ନାହିଁ। ୟୁରୋପ ଓ ଭାରତ ପାଇଁ ଉଦ୍ଦିଷ୍ଟ ପ୍ରିଭେସି ପଲିସିରେ ଭିନ୍ନତା ନ ଥିବା ବିଷୟ ହ୍ବାଟ୍ସଆପ୍‌ କେଉଁଠି ଦର୍ଶାଇଛି? ସାଲ୍‌ଭେ କହିଥିଲେ, ଏହାର ଏକ ଜେନେରିକ୍‌ ଉତ୍ତର ରହିଛି। ପ୍ରଥମେ ପାର୍ଲାମେଣ୍ଟକୁ ପର୍ସନାଲ ପ୍ରୋଟେକ୍ସନ ବିଲ୍‌ ଆଣିବାକୁ ଦିଆଯାଉ। ଏଥିରେ ହ୍ବାଟ୍ସଆପ୍‌କୁ ନିଜ ନୀତି ସହ କାମ କରିବାକୁ ଅନୁମତି ମିଳିଲେ ଭଲ। ନ ମିଳିଲେ ହ୍ବାଟ୍ସଆପ୍‌ ଭାରତରେ ଦୋକାନ ବନ୍ଦ କରିଦେବ। ସେ କହିଥିଲେ, ଜୁନ୍‌ ୪ରେ ହ୍ବାଟ୍ସଆପ୍‌ ସିସିଆଇଙ୍କଠାରୁ ଏକ ପତ୍ର ପାଇଥିଲା। ସେଥିରେ ପ୍ରିଭେସି ପଲିସି ନେଇ ପ୍ରତ୍ୟକ୍ଷ ସୂଚନା ମଗାଯାଇଥିଲା, ଯାହା ଉପରେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାର କରୁଛନ୍ତି। ସିସିଆଇଙ୍କ ତଦନ୍ତ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବା ପାଇଁ ହ୍ବାଟ୍ସଆପ୍‌କୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସମୟ ଦିଆଯାଉ ବୋଲି ସାଲ୍‌ଭେ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ଫେସ୍‌ବୁକ୍‌ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କହିଥିଲେ, ପ୍ରିଭେସି ପଲିସିକୁ ନେଇ ସିସିଆଇ ତଦନ୍ତ ଆରମ୍ଭ କରିଛନ୍ତି, ଯେତେବେଳେ କି ଏହା ଉପରେ ଦୁଇଟି ହାଇକୋର୍ଟରେ ଚ୍ୟାଲେଞ୍ଜ ପିଟିଶନ ବିଚାରାଧୀନ ରହିଛି। ସିସିଆଇ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଅମନ ଲେଖି କହିଥିଲେ, ପ୍ରିଭେସି ପଲିସି ଜାରି ରହିଥିବା ପର୍ଯ୍ୟନ୍ତ ଏହାର ନିହିତାର୍ଥ ବଳବତ୍ତର ରହିବ। ସିସିଆଇଙ୍କ ନିକଟରେ ଉକ୍ତ ପ୍ରସଙ୍ଗ କେବଳ ତଦନ୍ତ ସ୍ତରରେ ରହିଛି। ପ୍ରକାଶ ଯେ, ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍‌ (ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଧେୟକ)ରେ ବ୍ୟକ୍ତିଙ୍କ ଡାଟାକୁ ସରକାର ଓ ଘରୋଇ କମ୍ପାନୀଗୁଡ଼ିକର ବ୍ୟବହାର ଉପରେ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି। ଉକ୍ତ ବିଲ୍‌କୁ ଯାଞ୍ଚ କରୁଥିବା ଯୁଗ୍ମ ସଂସଦୀୟ କମିଟିକୁ ମୌସୁମୀ ଅଧିବେଶନ ଆରମ୍ଭ ହେବା ପର୍ଯ୍ୟନ୍ତ ରିପୋର୍ଟ ଦାଖଲ ପାଇଁ ସମୟ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

ନାଇଡୁଙ୍କ ଉପରେ ଦୋଷ ଲଦି ତିରୁପତି ଲଡୁ ବିବାଦକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଜଗନ ରେଡ୍ଡୀ

ତିରୁପତି,୨୨।୯: ତିରୁପତି ଲଡୁ ବିବାଦକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଦାବି କରିଛନ୍ତି ଯେ ଲଡୁ ପ୍ରସାଦରେ ପଶୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri