ପରିବହନ ବିଭାଗ ପକ୍ଷରୁ ଘରୋଇ ବସ୍‌ ଯାଞ୍ଚ

ମାଲକାନଗିରି,୨୭ା୩(ଡି.ଏନ.ଏ.): ମାଲକାନଗିରି ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ରବିବାର ଜିଲାରେ ଚଳାଚଳ କରୁଥିବା ବିଭିନ୍ନ ଘରୋଇ ବସ୍‌ଗୁଡିକ ଯାଞ୍ଚ କରାଯାଇଥିଲା। ବିଶେଷକରି ଗ୍ରୀଷ୍ମପ୍ରବାହ ସମୟରେ ବସ୍‌ ଭିତରେ ପାଣି, ଓଆର୍‌ଏସ୍‌ ପ୍ୟାକେଟ ମହଜୁଦ ରଖିବା, ବସ୍‌ରେ ଯାତ୍ରୀଭଡ଼ା ତାଲିକା ଲଗାଇବା, କ୍ଷମତାଠାରୁ ଅଧିକ ଯାତ୍ରୀ ନ ନେବା, ଯାତ୍ରୀଙ୍କଠାରୁ ଉପଯୁକ୍ତ ଭଡ଼ା ନେଇ ଟିକେଟ ଦେବା ସମ୍ପର୍କରେ ତଦାରଖ କରାଯାଇଥିଲା। ପୂର୍ବରୁ ଅଧିକ ଭଡ଼ା ନେଇ କୌଣସି ସୁବିଧା ମିଳୁ ନ ଥିବାରୁ ଯାତ୍ରୀମାନେ ବାରମ୍ବାର ଅଭିଯୋଗ କରୁଥିଲେ। ଯାତ୍ରୀଙ୍କୁ ସମସ୍ତ ସୁବିଧା ଦେବାକୁ ଯାଞ୍ଚ ବେଳେ ତାଗିଦ କରାଯାଇଥିଲା।