Categories: ରାଜ୍ୟ

ଡିସେମ୍ବର ୧ରୁ ରାଜ୍ୟରେ ବସ୍‌ ଧର୍ମଘଟ, ନଭେମ୍ବର ୨୨ରୁ ବିଧାନସଭା ସମ୍ମୁଖରେ ମାଲିକଙ୍କ ଧାରଣା

ଭୁବନେଶ୍ୱର,୮।୧୧ : ଡିସେମ୍ବର ୧ରୁ ରାଜ୍ୟରେ ପୁଣି ବସ୍‌ ଧର୍ମଘଟ ଡାକରା ଦେଇଛି ଘରୋଇ ମାଲିକ ସଂଘ। ଏନେଇ ମାଲିକ ସଂଘ କର୍ମକର୍ତ୍ତା ବରଦା ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଏହି ସମୟରେ ଶୀତକାଳୀନ ଅଧିବେଶନ ଥିବା ବେଳେ ନଭେମ୍ବର ୨୨ରୁ ବିଧାନସଭା ସମ୍ମୁଖରେ ମାଲିକଙ୍କ ଧାରଣା ଦେବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜିଲା ମୁଖ୍ୟାଳୟକୁ ସରକାରଙ୍କ ଲକ୍ଷ୍ମୀ ବସ୍‌ ଚଳାଚଳକୁ ବିରୋଧ କରି ଘରୋଇ ବସ୍‌ ମାଲିକ ସଂଘ ଧର୍ମଘଟ ଡାକରା ଦେଇଥିଲେ। ତେବେ ଦଶହରା ସମୟରେ ବସ୍ ଚଳାଚଳ ନ କରିବାରୁ ବହୁ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହା ପରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଆଲୋଚନା ପରେ ୩୧ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ରହିଥିଲା । ଘରୋଇ ବସ୍‌ଗୁଡ଼ିକରେ ଦୈନିକ ପ୍ରାୟ ୭ରୁ ୧୦ ଲକ୍ଷ ଲୋକ ଯାତାୟାତ କରନ୍ତି। ବନ୍ଦ ଡାକରା ଯୋଗୁ ଘରୋଇ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ଏହା ରାଜ୍ୟର ପରିବହନ ସେବାକୁ ଗୁରୁତର ପ୍ରଭାବିତ କରିବା ଆଶଙ୍କା ସୃଷ୍ଟି ହୋଇଛି।

Share