ରାଜଧାନୀରୁ ସମ୍ବଲପୁରକୁ ଗଡ଼ିବନି ବସ୍‌

ସମ୍ବଲପୁର ଅଫିସ,୨୩ା୧୨: ଗୁରୁବାର ରାଜଧାନୀ ଭୁବନେଶ୍ୱରରୁ ସମ୍ବଲପୁରକୁ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି। ସକାଳ ୬ଟା ରୁ ରାତି ୧୨ଟା ପର୍ଯ୍ୟନ୍ତ ଦିନିକିଆ ବନ୍ଦ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ। ମଙ୍ଗୁଳି-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥ ମରାମତି ନେଇ ବାରମ୍ବାର ଦାବି ସତ୍ତ୍ୱେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ଅବହେଳା ଓ ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରତିବାଦରେ ଏହି ବନ୍ଦ ଡ଼ାକରା ଦିଆଯାଇଥିବା ବସ୍‌ ମାଲିକ ସଂଘ କହିଛି।

ଦୀର୍ଘଦିନ ଧରି ମଙ୍ଗୁଳିଠାରୁ ସମ୍ବଲପୁର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଫଳରେ ଯାତାୟାତରେ ନାନା ଅସୁବିଧା ସୃଷ୍ଟି ହେଉଛି। ବାରମ୍ବାର ଦାବି ସତ୍ତ୍ୱେ ଏହାର ମରାମତି ହୋଇପାରୁନାହିଁ। ଏହାର ପ୍ରତିବାଦରେ ଆଜି ଦିନିକିଆ ବସ୍‌ ବନ୍ଦ କରାଯାଇଛି। ୨୪ ତାରିଖରେ ସମ୍ବଲପୁରରେ ସବୁ ବସ୍‌ରେ କଳାପତାକା ଲାଗିବ। ଏହାସହ ଜାନୁୟାରୀରୁ ୧ରୁ ଏନ୍‌ଏଚ୍‌ ୫୫କୁ ବୟ କଟ୍‌ କରିବାକୁ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Share