ଘରୋଇ ହସ୍ପିଟାଲ ଟିକା ୯୫:୫ କରାଯାଉ

ଭୁବନେଶ୍ୱର, ୩ା୭(ବ୍ୟୁରୋ): କେନ୍ଦ୍ର ସରକାର ଘରୋଇ ହସ୍ପିଟାଲକୁ ଯୋଗାଇ ଦେଉଥିବା ଟୀକା ଅନୁପାତକୁ ୭୫:୨୫ ପରିବର୍ତ୍ତେ ୯୫:୫ କରିବା ପାଇଁ ଓଡିଶା ଦାବି କରିଛି। ଏନେଇ ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବଙ୍କୁ ଜଣାଇଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ ଘରୋଇ ହସ୍ପିଟାଲ ୫ ପ୍ରତିଶତରୁ କମ୍‌ ରହିଛି। ଫଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଟୀକା ଅଂଶ ୨୫ ପ୍ରତିଶତ କମିଯାଉଛି। ଘରୋଇ ହସ୍ପିଟାଲ ଗୁଡିକ କମ୍‌ ପରିମାଣର ଟୀକା ନେଉଛନ୍ତି। ଘରୋଇ ହସ୍ପିଟାଲକୁ ଯୋଗାଇ ଦିଆଯାଉଥିବା ଟୀକା ରାଜ୍ୟ ସରକାରଙ୍କୁ ଦେବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି।

Share