ଘରୋଇ ହସ୍ପିଟାଲକୁ ମାର୍ଚ୍ଚ ସୁଦ୍ଧା ମିଳିବ କରୋନା ଟିକା: ପୁନାୱାଲା

ନୂଆଦିଲ୍ଲୀ,୪ ।୧: ସରକାର ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ(ସିଆଇଆଇ)ର କରୋନା ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାଦ୍ୱାରା କେବଳ ସ୍ୱାସ୍ଥ୍ୟକର୍ମୀ ନୁହେଁ ବରଂ ସାଧାରଣ ଜନତା ମଧ୍ୟ ଲାଭ ପାଇବେ ବୋଲି କୁହାଯାଉଛି । ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା କହିଛନ୍ତି ସରକାରଙ୍କର ୫୦-୬୦ ମିଲିୟନ(୫୦୦-୬୦୦ଲକ୍ଷ) ଡୋଜ୍ ପ୍ରଥମ ପର୍ଯ୍ୟାୟରେ ଯୋଗାଇ ଦିଆଯିବ । ଏହାପରେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଘରୋଇ ହସ୍ପିଟାଲ, କମ୍ପାନୀ ଓ ସାଧାରଣ ଜନତାଙ୍କୁ ଟିକା ଯୋଗାଇ ଦିଆଯିବ ବୋଲି ପୁନାୱାଲା କହିଛନ୍ତି । ସୂଚନାଯୋଗ୍ୟ, ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ) ସିରମ ଟିକାକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । ତେଣୁ କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ଏହି ଟିକାକୁ କେବଳ ସରକାରଙ୍କୁ ଯୋଗାଇ ଦେବ ।

Share