ବିନା ଏନ୍‌ଓସିରେ ଚାଲିଛି ବେସରକାରୀ ସ୍କୁଲ

ରାଉରକେଲା,୯।୨(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ ବେସରକାରୀ ବିଦ୍ୟାଳୟ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି। ତେବେ ଉକ୍ତ ସ୍କୁଲଗୁଡିକ ଆବଶ୍ୟକ ସରକାରୀ ମାନଦଣ୍ଡ ପୂରଣ କରୁ ନ ଥିବାରୁ ସେମାନଙ୍କୁ ଏନ୍‌ଓସି ମିଳିପାରୁନାହିଁ। ଫଳରେ ରାଉରକେଲାରେ ୪୦ ପ୍ରତିଶତ ବେସରକାରୀ ସ୍କୁଲ ବିନା ଏନ୍‌ଓସିରେ ଚାଲିଛି। ଏହାଦ୍ୱାରା ସରକାରୀ ସ୍କୁଲ ପ୍ରଭାବିତ ହେଉଛି।
ସୂଚନା ଅନୁସାରେ, ରାଉରକେଲା ଶିକ୍ଷା ବିଭାଗ ଅଧୀନ ବିଶ୍ରା ଶିକ୍ଷାଞ୍ଚଳରେ ମୋଟ ୩୧୭ଟି ସରକାରୀ ଓ ବେସରକାରୀ ସ୍କୁଲ ରହିଛି। ସରକାରୀ ପ୍ରାଇମେରୀ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୪ହଜାର ପିଲା ପଢୁଛନ୍ତି। ସେହିପରି ବେସରକାରୀ ସ୍କୁଲରେ ୩୩ହଜାରରୁ ଊର୍ଦ୍ଧ୍ୱ ପିଲା ଅଧ୍ୟୟନ କରୁଛନ୍ତି। ୨୦୧୯-୨୦ ଶିକ୍ଷାବର୍ଷରେ ବେସରକାରୀ ସ୍କୁଲରେ ପିଲାଙ୍କ ଉପସ୍ଥାନ ସଂଖ୍ୟା ୨୩ହଜାର ଥିବାବେଳେ ୨୦୨୩ରେ ୧୦ହଜାର ବୃଦ୍ଧି ହୋଇଛି। ସେହିପରି ସରକାରୀ ସ୍କୁଲରେ ୨୦୧୯-୨୦ରେ ୨୪ହଜାର ପିଲା ଥିବା ବେଳେ ୩ବର୍ଷରେ ୧୦ହଜାର ବଢିଛି। ବିଶ୍ରା ଶିକ୍ଷାଞ୍ଚଳରେ ମୋଟ ୧୨୪ ବେସରକାରୀ ସ୍କୁଲ ଥିବା ବେଳେ ବର୍ତ୍ତମାନ ସେଥିରୁ ୪୦ପ୍ରତିଶତ ସ୍କୁଲ ବିନା ଏନ୍‌ଓସିରେ ଚାଲୁଥିବା ବିଭାଗ ସୂତ୍ରରୁ ଜଣାପଡିଛି। ବେସରକାରୀ ବିଦ୍ୟାଳୟକୁ ଏନ୍‌ଓସି ପାଇବା ପାଇଁ ହେଲେ ସ୍କୁଲରେ ତାଲିମପ୍ରାପ୍ତ କୁଶଳୀ ଶିକ୍ଷକ, ସ୍କୁଲ ନାଁରେ ଜମି, ନାମଲେଖା ପାଇଁ ୨୫ପ୍ରତିଶତ ଫି ଆଦାୟ ଭିତିକ ସରକାରୀ ଅନୁମୋଦନ ପ୍ରମାଣପତ୍ର, ଶିକ୍ଷକଙ୍କ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଏବଂ ସ୍କୁଲ ପରିଚାଳନା କମିଟି ଆଦି ରାଇଟ୍‌ ଟୁ ଏଜୁକେଶନ ଆକ୍ଟ ଅନୁଯାୟୀ ୫୧ଟି ମାନଦଣ୍ଡ ପୂରଣ କରୁଥିବା ଆବଶ୍ୟକ। ମାତ୍ର ଏସବୁ ମାନଦଣ୍ଡ ଅଭାବରୁ ବାରମ୍ବାର ଆବେଦନ ସତ୍ତ୍ୱେ ବିଶ୍ରା ଶିକ୍ଷାଞ୍ଚଳର ଅନେକ ସରକାରୀ ବିଦ୍ୟାଳୟ ଗୁଡିକୁ ଏନ୍‌ଓସି ମିଳିପାରୁନାହିଁ। ଏନଓସି ପାଇ ନ ଥିବା ସ୍କୁଲଗୁଡିକୁ ଆବଶ୍ୟକ ମାନଦଣ୍ଡ ପ୍ରସ୍ତୁତ କରିବା ପାଇଁ ନୋଟିସ ମଧ୍ୟ ଜାରି ହେଉଛି। ମାତ୍ର ବର୍ଷ ବର୍ଷ ଧରି ଏହି ସ୍କୁଲଗୁଡିକ ସେ ଦିଗରେ ଧ୍ୟାନ ଦେଉନାହାନ୍ତି। ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ବେସରକାରୀ ସ୍କୁଲଗୁଡିକ ବିନା ଏନ୍‌ଓସିରେ ଚାଲୁଛି। ତେଣୁ ଏହାର ସିଧାସଳଖ ପ୍ରଭାବ ସରକାରୀ ସ୍କୁଲ ଉପରେ ପଡୁଥିବା ଅଭିଯୋଗ ହେଉଛି। ଏ ନେଇ ବିଶ୍ରା ଶିକ୍ଷାଧିକାରୀ ବେଣୁଧର ସ୍ବାଇଁଙ୍କୁ ପଚାରିବାରୁ ସେ କହିଲେ, ଆଗକୁ ଏନ୍‌ଓସି ନ ଥିବା ପ୍ରାଇଭେଟ ସ୍କୁଲଗୁଡିକୁ ତୃଣମୂଳ ସ୍ତରରେ ଯାଞ୍ଚ କରାଯିବ। ଆଗକୁ ସରକାରୀ ସ୍କୁଲ ପ୍ରତି ପିଲାମାନଙ୍କ ଆଗ୍ରହ ବୃଦ୍ଧି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦ୍‌କୁ ହରାଇ ମୁମ୍ବାଇର କ୍ରମାଗତ ଦ୍ୱିତୀୟ ବିଜୟ

ମୁମ୍ବାଇ,୧୭ା୪:  ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ୪ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌)କୁ ପରାସ୍ତ କରିଛି। ହାଇଦ୍ରାବାଦ୍‌ ପକ୍ଷରୁ ଧାର୍ଯ୍ୟ ୧୬୩...

ଆଇପିଏଲ୍‌ରେ କଡ଼ାକଡ଼ି ହେବ ବ୍ୟାଟ୍‌ ଯାଞ୍ଚ

ମୁମ୍ବାଇ,୧୭ା୪: ଗତ ସପ୍ତାହରେ ବସିଥିବା ଆଇପିଏଲ୍‌ ଅମ୍ପାୟରଙ୍କ ରିଭ୍ୟୁ ମିଟିଂରେ ବ୍ୟାଟ୍‌ ଯାଞ୍ଚକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତ୍ୟେକ ବ୍ୟାଟରଙ୍କ ଇନିଂସ ଆରମ୍ଭ ହେବା...

ସାଇବର ଠକଙ୍କୁ ସହଯୋଗ କରିବା ପଡ଼ିଲା ମହଙ୍ଗା

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୋଲିସ ପାଟଣା ଥାନା ସାହାରପଡ଼ାରୁ ସାଇବର ଠକଙ୍କୁ ସିମ୍‌କାର୍ଡ ବିକିବା ଅଭିଯୋଗରେ ୩ ଜଣଙ୍କୁ ଗୁରୁବାର ଗିରଫ କରିଛି। ଅଭିଯୁକ୍ତମାନେ...

ସମାନ୍ୟ ବଚସାରୁ ଯୁବକଙ୍କ ନିର୍ମମ ହତ୍ୟା

ଆନନ୍ଦପୁର,୧୭।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଫକୀରପୁର ୮ନମ୍ବର ୱାର୍ଡ ବଡ଼ମଳିକ ସାହିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ବଚସାକୁ କେନ୍ଦ୍ର...

କୋଟିଆରେ ଆଧାର କେୱାଇସିକୁ ନେଇ ଦ୍ୱନ୍ଦ୍ୱ

ପଟ୍ଟାଙ୍ଗି,୧୭ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ର-ଓଡ଼ିଶାର କାର୍ଯ୍ୟକଳାପକୁ ନେଇ ସୀମାନ୍ତବାସୀ ଦ୍ୱନ୍ଦ୍ୱରେ। କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମ ତଥା...

ଆନ୍ଦୋଳନକୁ ଓହ୍ଲାଇବ ଆଦିବାସୀ ମହାସଂଘ

ପାରଳାଖେମୁଣ୍ଡି,୧୭ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅନୁକୁମ୍ବା ଆବାସିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ର ଋତୁରାଜ ଗମାଙ୍ଗଙ୍କ ଗତ ୧୪ ତାରିଖରେ ମୃତ୍ୟୁ...

ଗାଜା ଉପରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌: ୨୩ ମୃତ

ଗାଜାଷ୍ଟ୍ରିପ୍‌,୧୭।୪:ଗାଜା ଉପରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ ଯୋଗୁ ଗୋଟିଏ ପରିବାରର ୧୦ ଜଣଙ୍କ ସମେତ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରୁ ଏହି ଆକ୍ରମଣ ଜାରି...

ସୋନିଆ, ରାହୁଲଙ୍କ କୁଶ ପୁତ୍ତଳିକା ଦାହ କଲା ଭାଜପା ଯୁବମୋର୍ଚ୍ଚା

ନୂଆପଡ଼ା,୧୭ା୪ (ମକାରୁ ବେମାଲ):ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image